Ad

header ads

କବିତା - ଜ୍ୟୋତିର ଆହ୍ଵାନ - ଆଶ୍ରିତ୍ ମହାପାତ୍ର

"ଜ୍ୟୋତିର ଆହ୍ୱାନ"
🔥🔥🔥🔥🔥

ହେ କ୍ରୁର ମନୁଷ୍ୟ କିଁପା ଉପହାସ୍ୟ
ରିକ୍ତ ହେଲା ତୁମ୍ଭ ଯୌବନ୍ୟ ଆଳସ୍ୟ ।
ଉଷସୀର ଏଇ ଜ୍ଵଳନ୍ତ ଅର୍ଘ୍ୟରେ
ତୁମ୍ଭର ଆୟୁଷ କ୍ଷଣେ କ୍ଷଣେ ସରେ ॥

ତେଜିଥିଲ ତୁମ୍ଭେ ଯେ ସଞ୍ଜ ସଳିତା
ଦୁଷ୍କୃତ ବହ୍ନିରେ ନ ରହିଲା ସତ୍ତା ।
ଶିଖା ଦୃଶ୍ୟ ପଟ୍ଟେ ଦୁରୁଶ ହୁଅଇ
ତୁମ୍ଭ ଖଣ୍ଟ ବିତ୍ତ ଧୌତ ରେ ଯାଅଇ ॥

କଳୁଷ ଗର୍ଭରେ ଜୀବନ ଲଭିଛ
ସରୋଜ ନ ସାଜି ଗଣିକା ସାଜିଛ ।
ତ୍ଵକସାର ଆଜି ତୁମ୍ଭ ଏ ଜୀବନ
ଏଡେ ଧର୍ମରାଜି ସବୁ ଜ୍ଞାନଶୂନ୍ୟ ॥

ଏ ଦୀପାବଳୀରେ ପ୍ରଦୀପ ଜଳାଇ
ନୃତ୍ୟ କର ବନ୍ଧୁ ଉଲ୍ଲାସ ଜନ୍ମାଇ ।
କର ଶବ୍ଦରାଜି ଅଗ୍ନିର ସଂଯୋଗେ
ହୃତ୍‌ ସ୍ପନ୍ଦନ ତୁମ୍ଭ ବର୍ତ୍ତି ଥିବା ଯାଗେ ॥

ଲୁକ୍କାୟିତ ସ୍ତବ ନକର ଶ୍ରୀମୁଖ
ଜ୍ଞାତ ଅଛି ତୁମ୍ଭ ମର୍ଯ୍ୟଦା ବିମୁଖ ।
ଏ ଚନ୍ଦ୍ରମା ସାକ୍ଷୀ, ଅମ୍ବର ବି ସାକ୍ଷୀ
ଗାନ୍ଧୀ ଛତ୍ର ବାଦ ମର୍କଟର ଆଖି ॥

ଭସ୍ମିଭୂତ ହୁଏ ଘୃତ୍ୟର ଆଭାରେ
କ୍ଷୁଦ୍ରକୀଟ ଯୁକ୍ତ ପତଙ୍ଗ ଜ୍ଜ୍ବାଳା ରେ ।
ତୁମ୍ଭ ପ୍ରେମ ସ୍ୱପ୍ନେ ନାହିଁ ଯେ ନିସ୍ତାର
ଜ୍ୟୋତିର ଆହ୍ଵାନ ଏ କରେ ପ୍ରଚାର ॥

-----▪▪▪▪▪------

ନାମ - ଆଶ୍ରିତ୍ ମହାପାତ୍ର
ଗ୍ରାମ - ଟାଙ୍ଗି
ଜିଲ୍ଲା- ଖୋର୍ଦ୍ଧା


ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗି, ଖୋର୍ଦ୍ଧା ଦୂରଭାଷ :


Post a Comment

0 Comments