Ad

header ads

କବିତା - ପଳାତକ - ଛବିରାଣୀ ପତି

ପଳାତକ

ତୁମେ ଗଲା ପରେ....
ମୋ'ମନ ଆକାଶୁ
ଆଙ୍କିଥିଲି ତୁମ ଛବି,,
କାନଭାସ ଠୁଁ ତୁମେ
ଏତେ ଦୂରରେ ଯେ'....
ରହିଗଲି ଭାବି ଭାବି ।।

ଏ'ଜୀବନ ରଙ୍ଗ ....
ଏତେ ବେରଙ୍ଗ କାହିଁକି ?
ଉତ୍ତର ପାଉନି ଖୋଜି ,,,
ଘନ କୁହୁଡିର....
ଅଦୃଶ୍ୟ ପଥରେ
ଯାଉଛି ଆଜି ମୁଁ ହଜି ।।

ଚିହ୍ନl ଲୋକ ମୁହଁରେ
ଅଚିନ୍ହାଁ ଚାହଁlଣି....
କେତେ କଣ ଉଙ୍କିମାରେ,,
ଅବୁଝା ମନର ....
ଅବୋଧ ପ୍ରଶ୍ନରେ
ନିଜ ପାଖେ ନିଜେ ହାରେ।।


ଛବିରାଣୀ ପତି , ମଧ୍ୟ ଶାସନ
      ।। ଜଗତସିଂହପୁର।।

Post a Comment

0 Comments