Ad

header ads

ଅନୁଭୂତି କଥା - ତିନୋଟି ବରା - ରଞ୍ଜିତା ଦାସ

ଝିପି ଝିପି ବର୍ଷାରେ ମୁଁ ଛତା ଖଣ୍ଡେ ଧରି ଆଗେଇ ଆଗେଇ ଚାଲିଥାଏ, କିଛି ବାଟ ଚାଲି ଯାଇ ମୁଁ ଜଣେ ବୁଢ଼ୀ ମାଉସୀଙ୍କୁ ଭେଟିଲି ଆଉ ସେ ମୋ ଆଗକୁ ଆସି ନିଜ ହାତ ପାତେଇ କିଛି ମାଗୁଥିଲେ | ତାଙ୍କୁ ଦେଖି ମୁ ଜାଣିଗଲି ଯେ ଏ ମାଉସୀ ହେଉଛନ୍ତି ସେ କୁଳାଙ୍ଗାର ପୁଅର ମା' ଯାହା ପାଇଁକି ଆଜି ତାଙ୍କୁ ରାସ୍ତା ଘାଟରେ ଭିକ ମାଗିବାକୁ ପଡୁଛି | ମୁଁ ଜଳଖିଆ କରିନଥାଏ, କାରଣ ସକାଳୁ ସକାଳୁ ମୁ ଉଠିକି ପରୀକ୍ଷା ଦେବାକୁ ପଳେଇଥିଲି ତେଣୁ ଆସିବା ବାଟରେ ଦଶ ଟଙ୍କାରେ ତିନୋଟି ବରା କିଣିକି ଆଣିଥାଏ | ଯେବେ ସେ ବୁଢ଼ୀ ମାଉସୀଙ୍କୁ ଭେଟିଲି, ମୁଁ ଭାବିଲି ସେ ବରା ତିନୋଟିକୁ ମାଉସୀଙ୍କୁ ଦେଇଦେବାକୁ ଆଉ ଏମିତିରେ ବି ମୋ ପାଖେ ବେଶୀ ଟଙ୍କା ନଥାଏ |  ସବୁ ପରେ କିଣିଥିବା ତିନୋଟି ବରା ବ୍ୟାଗରୁ କାଢି ମାଉସୀଙ୍କୁ ଦେଲି କିନ୍ତୁ ସେ ମାଉସୀ କିଛି ଗୁଣୁଗୁଣୁ ହୋଇ କହୁଥିଲେ ଏବଂ ପଛରେ ଭଲରେ ଶୁଣିଲା ପରେ ଜାଣିଲି ଯେ ସେ କିଛି ଟଙ୍କା ପାଇଁ କହୁଥିଲେ | ସେଦିନ ପରୀକ୍ଷାର ଶେଷ ଦିନ ଥାଏ ତେଣୁ ପାଖରେ ବେଶୀ ଟଙ୍କା ନଥାଏ, ତେଣୁ ଟଙ୍କା ବଦଳରେ କିଛି ଖାଇବାର ସାହାଯ୍ୟ ବଢ଼େଇଲି | ବେଳେବେଳେ ଭାବନା ଆସେ ଯେ, ଏମିତି କାହଁକି ହୁଏ ? ଜନ୍ମ କଲା ମା' କୁ ନିଜ ସନ୍ତାନ କେମିତି ଘରୁ ତଡି ଦେଇ ରାସ୍ତା ଘାଟରେ ଭିକ ମାଗିବାକୁ ଛାଡି ଦିଅନ୍ତି | କଣ କାମ କରିବାକୁ ସେମାନେ ଅସମର୍ଥ ବୋଲି ସେମାନଙ୍କ ମୂଲ୍ୟ ଆଉ କଣ କିଛି ନାହିଁ ? 

Writer's Details: Ranjita Das , NIT Rourkela, Odisha, India.
Content Category:
Submission Date: Jul 16, 2019

Post a Comment

0 Comments