Ad

header ads

ଭଲପାଅ ଥରେ ମିଛରେ ମିଛରେ - ଶିବ ଚରଣ ମହାପାତ୍ର

ଶୂନ୍ୟ ଅଛି ଝାଉଁବଣ
ମୃତ ନଈ କୂଳ
ପୂଣ୍ୟ ଅଛି ପ୍ରିତି ମୋର
ପାପ ତୋର ଖେଳ..

ନାଉରୀ ମୁଁ ହୃଦ ଧାରେ
ତୁମେ ତରଙ୍ଗିଣୀ
ଭଉଁରି ତୋ ମାୟାଜାଲ
ଦଦରା ତରଣି..

କାନ୍ଦିବାକୁ ରଙ୍ଗ ମାଖି
ହୁଏ ମୁଁ  ସଜେଇ
ହସି ହସି ତୋ ହାତରେ
ସାଜଇ କଣ୍ଢେଇ..

ପ୍ରତାରଣା ପ୍ରିତି ଯେବେ
ହୁଏ ଭାରି ଦୃଷ୍ଟ
ମରିବାକୁ ଭଲ ଲାଗେ 
ଜିଇଁବା'ଟା  କଷ୍ଟ..

ଛଳପୂର୍ଣ୍ଣ  ଓଠେ ହସ
ଦିଶେ ଝଲମଲ
ଗୋଲାପ ବୃକ୍ଷରେ ଅବା
ପଳାସ'ର ଫୁଲ..

ଖେଳ ଥରେ ସେଇ ଖେଳ
ଥିଲା ଯା' ଅତୀତ
ତୁମ ସ୍ପର୍ଶେ ସାରା ଅଙ୍ଗ
ହେଉ ଶିହରିତ..

ଆଉଥରେ ନିମନ୍ତ୍ରଣ
ହୃଦୟରୁ ଦେଲି
ମିଛେ ମିଛେ ଭଲପାଇ
ଖେଳିବାକୁ ହୋଲି..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0 Comments