ପରାଜିତ ନାୟକର ବିଳାପ-୧୨
ତୁମେ ଯିବା ପରଠାରୁ
ମୋ ଫାଟକର ବତୀସବୁ
ମାତିଥାନ୍ତି କଳହରେ
ଏକ ରୀତିମତ ଯୋଜନାରେ
ଗଢି ତୋଳିବାକୁ ଅସହଯୋଗ
ମୋ ଅନମ୍ବର ସତ୍ତା ବିରୁଦ୍ଧରେ ।।
ତୁମେ ଯିବା ପରେ ପରେ
ତିମିରର ତତଲା ମଇଦାନରେ
ପସାପାଲି ଖେଳନ୍ତି ସ୍ମୃତି ସବୁ
ଅପେକ୍ଷାର ଅଜଗର ପାଟିରୁ
ଲହ ଲହ ହୋଇ ବାହାରି
ଏକଲା ପଣରେ କରିନିଅନ୍ତି କାବୁ ।।
କ'ଣ ହେଇପାରେ ଏମାନଙ୍କର ଅସ୍ତ୍ର
ରେଳଷ୍ଟେସନର ଡ଼ାକବାଜି ଶବ୍ଦ
ବୁଲା କୁକୁର ଦଳର ଚିତ୍କାର
ଅବା ଲେଖିଥିବା କେଇଖଣ୍ଡ କବିତା
କାନ୍ଥରେ ଚିତ୍ରିତ ଫୁଲର ଚିତା
ନହେଲେ ଥାକ ଥାକ ଉପହାର ।।
ଏ ଯୁଦ୍ଧରେ ମୁଁ ସମ୍ପୂର୍ଣ ନିରସ୍ତ୍ର
ଚକ୍ରବିହ୍ୟୁର ଅଭିମନ୍ୟୁ ପରି
ସମସ୍ତେ ଆପଣାରୁ ଆପଣାତର
ଚେତେଇବାକୁ ଅବିଶ୍ଵାସର ଖେଳ
ସମୟର ସମର କ୍ଷେତ୍ରରେ
ଏଠି କେହି ନୁହଁ କାହାର ।।
Writer's Details: ରାଜେନ୍ଦ୍ର ଗିରି,
ଭୋଗରାଇ, ବାଲେଶ୍ୱର, ମୋ - ୭୮୭୩୫୭୦୯୩୮
Content Category:
Submission Date: Jun 05, 2019

0 Comments
You can write now your valuable comments here. Off-topic comments may be removed or deleted without prior notice.