• ତୁମ ହସେ ଜହ୍ନ
• ରୂପେଲି କିରଣ
• ବିଚ୍ଛୁରିତ କରେ, ମନ-
• ଗହନ, ଅନ୍ଧାର
• ଆକାଶେ ତୁମେ କି
• ସତରେ ପୁନେଇଁ ଜହ୍ନ ।।
• ହସିଦେଲେ ଝଳେ
• କଦମ୍ବ ବନରେ
• କୋଟି କାଦମ୍ବିନୀ ଝସ
• ସୁଗନ୍ଧ ମଳୟ
• ଭରା ଦିଗ୍ବଳୟ
• ଚହଟା, କି ମଧୂ ମାସ ।।
• ପିକ ସୁଲଳିତ ମଧୂର ସଙ୍ଗୀତ
• ଫିକା ଲାଗେ ତୁମେ ଯେବେ
• ଡାକି ଦିଅ ସାଥୀ ବାହୁବନ୍ଧେ ବାନ୍ଧି
• ନିଅ ପ୍ରେମ ଅନୁରାଗେ ।।
•
• କନକ ଚମ୍ପା
• ରଙ୍ଗ, ସୁରଭୀ
• ଅଙ୍ଗେ କି ଦେଇଛ ଲେପି
• ମତୁଆଲା କରେ
• ସେ ବାସ୍ନା ସଖୀରେ
• ଝଲସି ଉଠଇ ଆଖି ।।
• ପିନ୍ଧା ଝିନ ବାସ
• ପାଟ,ପତନୀ ରେ
• ତୁମ ରୂପ ଉଠେ ଝଳି
• ତୁମେ ସେ ରୂପରେ
• ସୁନ୍ଦର ଯେପରି
• କାମଦେବ ପ୍ରୀୟା ପରି ।।
• ସିଂହ କଟୀ ତୁମ ମତ୍ତଗଜ ଠାଣି
• ସମାନ ସୁନ୍ଦର ଚାଲି
• ଚୋରା ଚାହାଣି ରେ ଚୋରାଇ ନେଉଛ
• ସତେକି ଗୋ ଚୋରା ବାଲି ।।
•
• ସଜ କୁସୁମ ରେ
• କବରୀ ଶୃଙ୍ଗାରେ
• ଚିତ୍ର ବଡ଼ ମନୋହର
• ନିତମ୍ବ ଛୁଆଁ ସେ
• ଗହଳ କୁନ୍ତଳ
• ନାହିଁ ତାର ପଟ୍ଟାନ୍ତର ।।
• ଏ ମନ ପ୍ରବାଳ- ଦ୍ଵୀପ ପାଟରାଣୀ
• ଶରତ ଆକାଶ ଜହ୍ନ
• ତୁମ ସ୍ନେହ, ଶ୍ରଦ୍ଧା ପ୍ରେମରେ ଦେବୀ ଗୋ
• କରିଛ ମୋତେ ବନ୍ଧନ ।।
0 Comments
You can write now your valuable comments here. Off-topic comments may be removed or deleted without prior notice.