Ad

header ads

ସାହିତ୍ୟ ପରିବାର - ରାକେଶ କୁମାର

ସତରେ ଏ ପରିବାର ଟିକେ ନିଆରା
ନଥାଏ ଏଠି କାହାର ବଡ଼ ହେବାର ଇସ୍ତାହାର ।।

ବୟସର ନାହିଁ କିଛି ପ୍ରତିବନ୍ଧକ
ସମସ୍ତ ସଦସ୍ୟ ଏଠି ହୁଅନ୍ତି ଏକ ।।

ସମସ୍ତେ ଏଠି ଆମେ ଭାଇ ଭଉଣୀ
ଲେଖିଦେଉ ଆମେ କେତେ କାହାଣୀ ।।

ସାନ ବଡ଼ କିଛି ନଥାଏ ଏଠି
ଏଇ ବୋଧେ ସମ୍ପର୍କର ଚାବିକାଠି ।।

ଥାଆନ୍ତୁ ଅବା ସେ ଯେଉଁ ପଦବୀରେ
ସମ୍ପର୍କ ଆମ କେବଳ ଭାଇ ଭଉଣୀର ।।

ଆମ ଭିତରେ ହୁଏ ସାହିତ୍ୟର ମନ୍ଥନ
ବାହାରେ ସେଥିରୁ ତଥ୍ୟ ଅମୃତ ସମାନ ।।

କୌଣସି ସମ୍ପର୍କ ନଥାଇ ଆମେ ଏକାଠି ରହୁ
ସାକ୍ଷୀ ରହିଛନ୍ତି ସେ ମହବାହୁ ।।

ମଜଭୁତ ରହୁ ଏ ସେତୁ ସମ୍ପର୍କର
ରକ୍ତର ନହେଲେ ବି ନିଜଠୁ ନିଜର ।।

Writer's Details: ରାକେଶ କୁମାର
Content Category:
Submission Date: Jun 01, 2019

Post a Comment

0 Comments