ସକାଳ ହୁଏ ଯେଉଁ ଦେଶରେ
ଶୁଭ ଶଙ୍ଖର ନାଦେ କୋଟି ପ୍ରଣତି ଢାଳୁଛି ଆଜି
ସେହି ମାଆର ପାଦେ ୲୲
ବଢିଛି ଯା'ର ସୁନ୍ଦର କୋଳେ
ରଖିବି ତା'ର ନାଆଁ
ପୂଣ୍ୟ ଭୂମି ସେ ଏହି ଧରାର
ଭାରତ ମୋର ମାଆ ୲୲
ଭାରତୀଙ୍କର ପୂଣ୍ୟ ମନ୍ଦିର
ବେଦ ପ୍ରସୂତ ପୀଠ
ଜାତି ଧରମ ବର୍ଣ୍ଣ ବୈଷମ୍ୟ
ନାହିଁ ଏକାଗ୍ର ଚିତ୍ତ ୲୲
ପଣତ ତା'ର ମମତା ଘର
ବକ୍ଷେ ରୁକ୍ଷତା ନାହିଁ
ସୁନ୍ଦର ଚିର ସୁନ୍ଦର ତା'ର
ସାଗର ବେଳାଭୂଇଁ ୲୲
ଶୀତଳ ଶାନ୍ତ ନଦୀ ଝରଣା
ଯା' ବକ୍ଷ ଚୁମି ବହେ
ସୁନ୍ଦର ସୁଶ୍ରୀ ସୁନ୍ଦର କ୍ଷେତ
ଦେଖିଲେ ମନ ମୋହେ ୲୲
ମନୋରମ ତା' ଗିରି କନ୍ଦର
ନାହିଁ ନ ଥିବା କାନ୍ତି
କୋଳରେ ତା'ର ଜନମ ନେଇ
ଲଭିଛି ସ୍ଵର୍ଗ ଶାନ୍ତି ୲୲
ଶାନ୍ତି ମୈତ୍ରୀର ବାରତା ନେଇ
ତାହାରି ଧୂଳି ମାଟି
ବିଶ୍ଵ ଭିତରେ ପ୍ରୀତି ବିତରେ
ଫୁଲାଇ ନିଜ ଛାତି ୲୲
ସୂରୁଜ ତା'ର କି ମନୋହର
ସୁନା ସପନ ଦିଏ
ସେହି ସପନେ ତ୍ରିରଙ୍ଗା ତା'ର
ପୂଣ୍ୟର ଗୀତି ଗାଏ ୲୲
Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର, କୋରାପୁଟ
Content Category:
Submission Date: Jun 12, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.