ପ୍ରେମ ଶୂନ୍ଯତା ଭିତରେ
ଏକ ପରିପୂର୍ଣ୍ଣ ଅନୁଭବଭାଷା ଆଉ ଭାବ
ତାକୁ ତୋଳି ଧରିବାରେ ଅକ୍ଷମ,
ଦୂରତା ଅବା ବୟସ
ତା'ପାଇଁ ପ୍ରତିବନ୍ଧକ ନୁହେଁ
ପ୍ରେମ ଏକ
ଅଦୃଶ୍ୟ ବିଶ୍ବାସର
ଅତୁଟ ବନ୍ଧନ ।
ପ୍ରେମରେ ନ ଥାଏ
ଦେହ ଅବା ବାହ୍ୟ ଆକର୍ଷଣ
ଏହା ଅନାବିଳ
ଦେହାତୀତ
ଆତ୍ମା ସହ
ଆତ୍ମାର ମିଳନ ।
ପ୍ରେମ ଅନ୍ତରରୁ
ଭାସିଆସୁଥିବା
ଏକ ଆତ୍ମୀୟତାର ସ୍ବର
ନ ଥାଏ
କାମନାର ନିଆଁ ଅବା
ଆଶାର ଅଭିସାର
ପ୍ରେମ ପ୍ରାପ୍ତିକୁ ଛୁଉଁଥିବା
ହୃଦୟର ସ୍ପନ୍ଦନ ।
ପ୍ରେମ ପାଗଳାମି, ପ୍ରଗଳ୍ଭତା
ପ୍ରତିଶ୍ରୁତି ହୀନ
ପୁର୍ଣ୍ଣ ସମର୍ପଣ
ପ୍ରେମର କ୍ଷୟ ନାହିଁ
ନାହିଁ ବି ବିଲୟ
ଏହା ଶାଶ୍ବତ, ଅବିନଶ୍ବର, ଭାସ୍ବର ।
ପ୍ରେମ ଆଣେ ନୀର୍ବାଣ ।
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: May 30, 2019

0 Comments
You can write now your valuable comments here. Off-topic comments may be removed or deleted without prior notice.