ଯେଉଁ ସମାଜେ ନାହିଁ କନ୍ୟାର ସମ୍ମାନ
ସେହି ସମାଜ ଆମ ପାଇଁ ଅଟେ ଶ୍ମାଶନ କନ୍ୟାପାଇଁ ଚାଲୁଚି ସଭିଙ୍କ ଜୀବନ
କନ୍ୟା ବିହୁନେ ସବୁଅଟେ ଯେ ନିଶ୍ଚିହ୍ନ
କନ୍ୟା ସଂସ୍କୃତି ଓ ସଭ୍ୟତାର ପ୍ରତୀକ
ନଦିଅକଷଣ ତାକୁ ନଦେଲେ ଯୌତୁକ
ନାରୀ ବିନା ନାହିଁ ଆମର ସତ୍ତା ଆଉ ଜନମ
ଏତ ଯୁଗେ ଯୁଗେ ଅଛି ବିଧାତା ରଚିଛି ନିୟମ
କନ୍ୟା ଆମର ଅଟେ ସେହି ବିଚିତ୍ର ମଞ୍ଜି
ବଂଶକୁ ଆଗକୁ ନିଏ ଦୁଃଖ ଓ ଲୁହରେ ଭିଜି
ପୁରୁଷ ଜୀବନର ଆଧାର ଅଟେ ଏହି ନାରୀ
କେତେବେଳେ ମା ଭଉଣୀ ଓ ସହଧର୍ମିଣୀ
ନାରୀବିନା ପୃଥିବୀଅଟେ ଯେ ଅଧା ଗଢ଼ା
ନାରୀ ଜୀବନରେ ଗଢେ ପ୍ରତ୍ୟେକ ପାଖୁଡା
ସେତ ସୃଷ୍ଟି କରେ ସମାଜରେ ସଂସ୍କାରଓ ପୂର୍ଣ୍ଣତା
ତାର ବ୍ୟତିରକେ ପୁରୁଷର କିଛି ନଥାଏ ସତ୍ତା
ଯେତେବେଳେ ଯାଏ ନାରୀ ସହୁଥିବା ସବୁ ଅତ୍ୟାଚାର
କେବେ ସମାଜରେ ନହେବ ଉର୍ନତି ଆଉ ଉପକାର
ଆମେ ଆସ ବଦଳାଇବା ଏଇ ସମାଜର ରୀତି ନୀତି
ପୁତ୍ର କନ୍ୟା ହୋଇଥାନ୍ତି ଦୁହେଁ ଦୁହିଁଙ୍କର ସାଥୀ
ଯେଉଁ ସମାଜ ନାରୀକୁ ଉପଭୋଗ୍ୟ ବୋଲି ଚିନ୍ତିଛି
ସେ ସମାଜ ସର୍ବଦା ମିଥ୍ୟା ଦଗ୍ଧ ଗ୍ରସ୍ତ ସର୍ବଦା ହୋଇଛି
ନାରୀ ପୃଥିବୀର ଶାନ୍ତି ମୈତ୍ରୀ ଓ ଶୀତଳତାର ସ୍ତର
ତାଙ୍କୁ ଦେବା ସମ୍ମାନ ଆଉ ସମାନ ଅଧିକାର
କନ୍ୟା ବିହୁନେ କିପରି ହେବ ନୂଆ ଯୁଗର ନିର୍ମାଣ
ଆମ୍ଭକୁ ଏହି ବାଣୀର କେବେ ହେବ ଯେ ଜ୍ଞାନ
Writer's Details: ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
ବେଦପୁର, ବାଙ୍କୀ କଟକ
Content Category:
Submission Date: May 24, 2019

0 Comments
You can write now your valuable comments here. Off-topic comments may be removed or deleted without prior notice.