ସମୟ ସାଥୀରେ ଚାଲିଯିବି ଦୂରେ
ଏ ଜୀବନ ହେବ ଶେଷକେହି ନଜାଣିଲେ ତୁତ ଜାଣିବୁ
ମୋ ମନର ଅବଶୋଷ ।
ମିଛ ହସ ପଛେ ଲୁଚିରହିଥିବା
ମୋ ଆଖିର ଯେତେ ଲୁହ
ତୁ ଗଲା ପରେବି ଏଯାଏଁ ତୁଟିନି
ମଉଳା ମନର ମୋହ ।
ଫୁଲେଇଲୋ ତୋର ପଦିଏ କଥାରେ
ସବୁ ହେଲା ସର୍ବନାଶ
କେହି ନଜାଣିଲେ ତୁତ ଜାଣିବୁ
ମୋ ମନର ଅବଶୋଷ - - - - -
ଦରପୋଡା ମନ ହଜିଲା ସପନ
ମୋତେ ନିତି ଜାଳୁଥିବ
ସେଇ ଦହନରୁ ମୁକତି ପାଇବି
ଦେହ ଯେବେ ଜଳିଯିବ ।
ମିଠା ହସ ହସି ଆଲୋ ବାରମାସି
ଦେଇଗଲୁ ମୋତେ ବିଷ
କେହି ନଜାଣିଲେ ତୁତ ଜାଣିବୁ
ମୋ ମନର ଅବଶୋଷ - - - - -
Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: May 27, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.