ଖରା ମାରୁଛି ଟାଇଁ ଟାଇଁ
ପବନ ବହେ ସାଇଁ ସାଇଁଗରମକୁ ତ ମନ ନାଇଁ
ଥଣ୍ଡାକୁ ମନ ହାଇଁ ପାଇଁ ।
ଆସୁଛି ସୁନୁ ଧାଇଁ ଧାଇଁ
ଖରାରେ ମୁଣ୍ଡ ଝାଇଁ ଝାଇଁ
ଝିଂକାରୀ କରେ ଝିଇଁ ଝିଇଁ
କୁକୁର ଛୁଆ ଧଇଁ ସଇଁ ।
ଖରାରେ ଟାଙ୍ଗରା ସବୁଜ ଭୂଇଁ
ନଦୀନାଳରେ ପାଣି ନାଇଁ
ପାପୁନି କାନ୍ଦେ କଇଁ କଇଁ
କାହିଁକି ଥଣ୍ଡା ଦେଲ ନାହିଁ ।
କିଏରେ ଭାଇ
ଆମ୍ବ ଗୋଟାଉଛ ନଇଁ ନଇଁ ?
Writer's Details: ଘନଶ୍ୟାମ ମହାନ୍ତ
କରଦାଙ୍ଗୀ, ତେଲକୋଇ, କେନ୍ଦୁଝର
Content Category:
Submission Date: Jun 05, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.