Ad

header ads

ଗଲା ସରି ମୋର ଦିନମାନ - ରମେଶ ଚନ୍ଦ୍ର ମିଶ୍ର

ଗଲା ସରି ମୋର ଦିନମାନ, ହେ ନାରାୟଣ
ଗୁମର କରି ରହିଛ ନୀରବରେ
      କେବେ ଶୁଣିବ ମୋ ନିବେଦନ ହେ (୦)

ଗେଲ କଉତୁକ ମନୁ ଦୂରକରି
ଗଳାରତନ କରିଲି ନାମାବଳି
ଗଲା ବେଳ ମୋର ଆସି ପହଞ୍ଚିଲା
    କେବେ ଦୂରେଇବ ମୋର ଦୁଃଖଦିନ ହେ । (୧)

ଗଳଗ୍ରହ ପରି ଏହି ମାୟାମୋହ
ଗୋଳ କରୁଅଛି ମନେ ଭୟାବହ
ଗତି ମୁକତିର ପରମ ଠାକୁର
      ରଖ ଧରୁଅଛି ଶ୍ରୀଚରଣ ହେ ।(୨)

ଗଭୀର ସଂସାର ପାରାବାର
ନାହିଁ ଏଥି କାହିଁ ଥଳକୂଳ
ଗମ୍ଭୀରା ବରଜି ହେ ଗରୁଡାସନ
       ଦିଅ ଶ୍ରୀଚରଣ ତଳେ ଶରଣ ହେ । (୩)

Writer's Details: ରମେଶ ଚନ୍ଦ୍ର ମିଶ୍ର,
ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।
Content Category:
Submission Date: Jun 03, 2019

Post a Comment

0 Comments