Ad

header ads

ଏଥର ପାଳିବି ରଜ - ପ୍ରଣତି ମହାପାତ୍ର



ଅଳିକଲା ବିନି ଜେଜେଙ୍କୁ ଯାଇ,
ଏଥର ରଜକୁ ପାଳିବା ପାଇଁ,
ଖଣିରୁ ଧାନକୁ ବାହାର କର,
ଖରାରେ ଶୁଖାଇ ଚାଉଳ କର,
ଯତନରେ ବୋଉ ଚୁନା କରିବ,
ଓଳିଆରୁ ବିରି କାଢିଣ ଆଣ,
ପେଷାରେ ପେଷାଇ ଫାଳ କରିଣ।
ଫାଳବିରି ପାଣିରେ ବତୁରାଇ,
ଚାଉଳ ଚୁନାରେ ଦେବ ମିଶାଇ।
ଚୁଲିରେ କଡେଇ ବସାଇଦେବ,
କଦଳୀ ପତ୍ରକୁ ତା ମଧ୍ୟେ ଦେବ।
ଗୁଡ଼ ଓ ନଡିଆ ଛେନା ମିଶାଇ,
ଆଣରେ ତାହାକୁ ଦେବ ଗୋଳାଇ।
କଦଳୀ ପତ୍ରରେ ଆଣ ଢାଳିବ,
ରାତିରେ ପିଠାକୁ ବସାଇ ଦେବ,
ସକାଳକୁତ ପୋଡ଼ପିଠା ହୋଇବ,
ଆନନ୍ଦରେ ସେ ଆମକୁ ଖୋଇବ।
ବାଉଁଶ ବୁଦାରୁ ପାକଳ ବାଉଁଶ,
ଦୁଇଟି ଯତନେ କାଟିବା ଆସ,
ତେନ୍ତୁଳି ଗଛରେ ଦେବ ଲଗାଇ
ଖିଲ ପଟା ସହ ବାନ୍ଧିବା ନେଇ।
କଦଳୀ ପଟୁଆ ଯୋତା କରିବ,
ଦୋକାନରୁ ନୂଆ ଜାମା ଆଣିବ।
ନୂଆ ଜାମା ପିନ୍ଧି ଭଉଣୀ ଭାଇ,
ଆମ୍ବ,ପଣସ ପୋଡ଼ପିଠା ଖାଇ।
ଦୁହେଁ ବସି ଦୋଳିରେ ଝୁଲିଥିବୁ ,
ରଜଦୋଳି କେଁ କଟ ଗାଇବୁ।
ଆମ ପରମ୍ପରା ସଂସ୍କୃତି ଇଏ
ଅକ୍ଷୟ ରଖିବୁ ଆମେ ସଭିଏଁ।
ବିନି କଥା ଶୁଣି ଜେଜେ ତାହାର,
କହିଲେ ନିଶ୍ଚେ ପାଳିବା ରଜ ଏଥର।

Writer's Details: ପ୍ରଣତି ମହାପାତ୍ର,
ଫକୀରମୋହନ ନଗର, ବାଲେଶ୍ଵର
Content Category:
Submission Date: Jun 10, 2019

Post a Comment

0 Comments