ଶାନ୍ତି ଭାବିକି ମଣିଷଟା ଆଜି
ଭ୍ରାନ୍ତି ପଛରେ ଧାଏଁପ୍ରବଞ୍ଚନାକୁ ସାଥୀ କରି କେହି
ସତ୍ୟ ପଥ କି ପାଏ ?
ସୁଖ ସମୃଦ୍ଧିର କାମନା ଭିତରେ
ଜୀବନଟା ହଜିଯାଏ
ଐହିକ ସୁଖକୁ ମୁଖ୍ୟ ଭାବିକି
ପରମାର୍ଥ ଭୂଲିଯାଏ ।
ସକାଳରୁ ସନ୍ଧ୍ଯା ଜୀବନ ଦଉଡେ
ଲକ୍ଷ୍ୟ ବିଚ୍ୟୁତ ହୁଏ
ଛଳନା ଭିତରେ ଭଦ୍ର ମୁଖାଟା
ଜଳ ଜଳ ଦିଶୁଥାଏ ।
ଆଶା ଆକାଂକ୍ଷାର ବହ୍ନିଟା ସଦା
ଦିନୁଦିନ ଜଳୁଥାଏ
ମୂଲ୍ୟବୋଧର ସୁଦୃଢ ରଜ୍ଜୁଟା
ପୋଡିକି ପାଉଁଶ ହୁଏ ।
ଅର୍ଥ ଲାଳସା ଐଶ୍ଵର୍ଯ୍ୟ ଭୋଗ
ଶ୍ରେଷ୍ଠର ସ୍ଥାନ ନିଏ
ଶାଶ୍ଵତ ଅମୃତ ଉପଲବ୍ଧିଟା
ବାଟ ହୁଡି ଚାଲିଯାଏ ।
ଜୀବନ ସନ୍ଧ୍ୟାରେ ଉପନୀତ ହୋଇ
ଉତ୍ତର ସେ ଖୋଜୁଥାଏ
ମନ ବିବେକର ଯୁଦ୍ଧରେ ସିଏ
ସବୁବେଳେ ହାରୁଥାଏ ।
କାଳ ରାତ୍ରିଟା ଝରକା ଫାଙ୍କରେ
ଜଳ ଜଳ ଚାହୁଁଥାଏ
ରୋଗ, ଶୋକ, ଦୁଃଖ ଆବୃତ୍ତ ଚକ୍ଷୁରେ
ଅନୁତାପ ଲୁହ ବହେ ।
ଛାଡି ଆସିଥିବା ଅମୂଲ୍ୟ ସମୟ
ବିକଳରେ ଝୁରୁଥାଏ
ଧ୍ବଂସ ପଥଟା କଟାକ୍ଷରେ ଚାହିଁ
ଅଟ୍ଟହାସ୍ୟ କରୁଥାଏ ।
ସଂସାର ଭିତରେ ଚାଲିବାକୁ ହେବ
କର୍ତ୍ତବ୍ୟ ପଥ ଧାରେ
ସବୁଠାରୁ ସାର ମଣିଷ ଜୀବନ
ଧର୍ମ ଧନ ସଞ୍ଚିବାରେ ।।
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jun 06, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.