
ଠଉରାଇ ପ୍ରଜାପତି ଜଳୁ ମଞୁଷା ଝଟତି
ଅଣାଇ କଲେକ ଯାହା ଉଚିତ ରେ ।।
ଠୋ କରିଣ ମୁଦ ଭାଙ୍ଗି ସରସ ହରଷ ଦେଖି
ଅଙ୍ଗ ଅଙ୍ଗହୀନ-ନାଶନ ସୁତ ରେ ||
ଠକାର ମୁଖ ମଣ୍ଡଳ ପ୍ରକାଶି ରୁଚି ସକଳ
ବଢିଲା ଦେହ ହୋଇ ବଳବନ୍ତ ରେ ||
ଠାର ବୁଝିବା ଜଟିଳ ନବଘନ ବାୟୁବଳ
ପାଇ ବଢଇ ସତ୍ୱର ଯେମନ୍ତ୍ ରେ ||
ଠୁଳରୂପ ଶୁଭଙ୍କର ହେବାକୁ ରୁଦ୍ର କୁମର
ଶରୀର ବଢିଲା ତ ସମୁଚିତ ରେ ||
0 Comments
You can write now your valuable comments here. Off-topic comments may be removed or deleted without prior notice.