ସୁନାର ସଂସାର ସ୍ନେହଁର ମନ୍ଦିର
ବିଭବରେ ପରିପୂର୍ଣ୍ଣ ,
ସୁଶାନ୍ତ ସସ୍ମିତା ଗଢିଛନ୍ତି ବସା
ବରଷୁଛି ଖାଲି ସ୍ଵର୍ଣ୍ଣ ! !
ସସ୍ମିତା ସମ୍ପଦା ପ୍ରୀତିର ପ୍ରତିମା
କୁଳର ଚନ୍ଦ୍ରମା ରାଣୀ ,
ରାଉତ ଗାରିମା କୁଳବଧୂ ମାମା
ସଭିଁଙ୍କୁ କରିଛ ଋଣୀ ! !
ତବକୃତ ଦାନ ଅଶୁଝା ଏ'ଋଣ
ସୋଅମର ଜନ୍ମଦାତ୍ରୀ ,
ଉଚ୍ଛୁଳି ପଡୁଛି ଆନନ୍ଦ ଲହରୀ
ସ୍ନେହଁଶିଳା ପୁତ୍ରବତୀ ! !
ସୁଶାନ୍ତ ସ୍ନେଁହିକ ସାଜିଛନ୍ତି ବାପ
ତୁମରି ସୁଯୋଗ୍ୟ ସ୍ଵାମୀ ,
ସୋମ ହସିଦେଲେ ଫୁଲ ଝଡିପଡେ
ପ୍ରେମର ପ୍ରତୀକ ଧର୍ମୀ ! !
ଆମସୁନା ଭ୍ରାତା ପ୍ରଶାନ୍ତ ନିର୍ମାତା
ଉଜ୍ଜ୍ଵଳ ଭାସ୍କର ଦୀପ ,
ସ୍ନେହଁ ସରାଗରେ ଅଛନ୍ତି ଖୁସିରେ
ବସାବାନ୍ଧି ଅନୁପମ ! !
ରଶ୍ମିତା ଭାଉଜ ସମ୍ପଦ ମାଣିକ
ସ୍ଵୟଂପୂର୍ଣ୍ଣା କୁଳବଧୂ ,
ପ୍ରଶାନ୍ତର ରତ୍ନା ସାଜିଛନ୍ତି ଜ୍ୟୋତ୍ସ୍ନା
ସ୍ନେହଁ ସୌହାର୍ଦ୍ଦ୍ୟ'ର ସିନ୍ଧୁ ! !
ସରାଗେ ଜନ୍ମିଲା ଆଦିତି କନିଆଁ
ରଶ୍ମିତା ତ' ସୌଭାଗିନୀ ,
ସୁନାର ସଂସାର ହସୁଛି ମନ୍ଦିର
ରାଉତ ବିଭବା ରାଣୀ ! !
ରାଉତ ମହଲେ ସ୍ଵର୍ଣ୍ଣଦୀପ ଜଳେ
ମାତୃପିତୃ ଆଶୀର୍ବାଦେ ,
ସୁଶାନ୍ତ ପ୍ରଶାନ୍ତ ପ୍ରୀତିର ସନ୍ତକ
ଶୁଭଫଳ ପ୍ରତିପାଦେ ! !
ସସ୍ମିତା ରଶ୍ମିତା ପ୍ରୀତି ବଧୂସୁତା
ସେବାର ଦ୍ୟୋତକ ପତ୍ନୀ ,
ସ୍ନେହଁ ସଦିଚ୍ଛାରେ ସରାଗ ମନରେ
ଜାଳୁଥାନ୍ତୁ ଅର୍ଘ୍ୟବତୀ ! !
ଜଗତର ନାଥ ଏ' ତୁମ୍ଭରି ବିଭବ
ରାଉତ ସ୍ଵର୍ଣ୍ଣୀମ ବସା ,
ଛତ୍ର ଛାୟାତଳେ ରଖିଥା ହେ'ନାଥେ
ନ'ଆଶୁ ପ୍ରଭୁ ଦୁଃର୍ଦଶା ! !
ସଦାନନ୍ଦ ସାହୁ , କାରା କର୍ମଚାରୀ,
ମଣ୍ଡଳ କାରାଗାର , କଟକ , ଚୌଦ୍ଵାର
0 Comments
You can write now your valuable comments here. Off-topic comments may be removed or deleted without prior notice.