
ସତେ ଅଭିଶପ୍ତର ସହର।
ଯେଉଁଠି କାଆଲି ମନ ଲାଗୁଥିଲା
ଆଜି ଶ୍ରୀହୀନ ଅବସ୍ଥା ତାର।
ସବୁଜିମା ଭରା ବନାନୀରେ ଆଜି
ନାହିଁ ପୂର୍ବ ପରି ସୁନ୍ଦରତା।
ପକ୍ଷୀଏଁ ଏଠାରୁ ସେଠାର ବୁଲିକି
ପାଆନ୍ତିନି ତାଙ୍କ ଘର ପତା।
ଶ୍ରୀଫଳ ବୃକ୍ଷର ଅବସ୍ଥା ଏମିତି
ଫଳ ପୂର୍ବେ ଡାଳ ପଶ୍ଚିମରେ।
ଶହ ଶହ ପକ୍ଷୀ ସୀମିତ ହେଲେଣି
ଉଡ଼ନ୍ତିନି ଆଉ ଆକାଶରେ।
ଚକ ଚକ ଯେଉଁ କାଚ ଘର ଥିଲା
କାଚ ସବୁ କିଛି ଉଡି ଗଲା।
ଗାଁର ଦୁର୍ଦ୍ଦଶା ସହରୀ ମାନଙ୍କୁ
ଫନି ଉଗ୍ର ହୋଇ ଦେଖେଇଲା।
ପାଣି ବୁନ୍ଦେ ପାଇଁ ହାହା କାର କଲେ
ଅନ୍ଧାରେ ଜାଳିଲେ ତେଲ ବତୀ।
ନଳକୂପ କୂପ ରଖିଥିଲେ ପୂର୍ବେ
ପାଇଥାନ୍ତେ ଜଳ ଦିନ ରାତି।
ଅଶାନ୍ତ ସହରେ ଦୁର୍ଦିନ ଆଣିଲା
ସାଗର ବକ୍ଷର ଚଞ୍ଚଳତା।
ମନ୍ଦିର ମାଳିନୀ ତାଣ୍ଡବ ଦେଖିଲା
ରକ୍ଷା କରି ତାର ନୀରବତା।
ପ୍ରକୃତି ରଚିଲେ ବିନାଶର ଲୀଳ
ମାନବ ହାତରେ ଶକ୍ତି କାହିଁ?
ପ୍ରକୃତି ବିରୁଧେ ଯେତେଦିନ ଯିବା
ବିନାଶ ରଚିବା ନିଜ ପାଇଁ।
0 Comments
You can write now your valuable comments here. Off-topic comments may be removed or deleted without prior notice.