
ସିଏ ତ ଥିଲା ଏକ ଅବୋଧ ବାଳିକା ମାତ୍ର
ଯୌବନର ପହଲି ପରଶରେତନୁରେ ତା'ର ଫୁଟି ଉଠିଥିଲା ଅପୂର୍ବ ରୂପ ସମ୍ଭାର
ସେତ ଚାଲୁଥିଲା ଲଙ୍ଗଳା ପାଦରେ
ଆଉ ଚାଲିରେ ତା.ର
ଫୁଟି ଉଠୁଥିଲା ରାଗ ମଲହାର
ତାକୁ କଣ ଜଣ ଥିଲା
ନାରୀ ମାଂସ ଭକ୍ଷି ରାକ୍ଷସର
ଲୋଭାତୁର ଆଖି କଥା
କେଉଁଠି ଲୁଚାଇଥାନ୍ତା ସେ ତା ରୂପକୁ
ଆଉ ଦିନରାତି ମହକି ଉଠୁଥିବା
ଯୌବନର ମାଦକତାକୁ
ଅଚାନକ ତା ପଣତରେ ଲାଜ ଛାଇଗଲା
କୁମାରୀ ତନୁରେ ତା 'ର ଦେଖାଗଲା
ରାକ୍ଷସର ନଖ ଦନ୍ତ, ଚିହ୍ନ
ସେ ଏବେ କେଉଁଠି ଲୁଚାଇବ ସେ ସବୁ
ତା ଜୀବନରେ ଆସିଗଲା ସନ୍ଧ୍ୟା
ଖବର ଖେଳିଗଲା
ଆଉ ନ୍ୟାୟାଳୟ ଅସମର୍ଥ
ଅସମର୍ଥ ହେଲା ଏ ସମାଜ
ଫୁଲଟି ତା ସୌରଭ ବିସ୍ତାର କରିବା
ଆଗରୁ ମଉଳିଯାଇ ଭୁଇଁରେ ଲୋଟିଗଲା
ଯୌବନ ଅଭିଶାପ ପାଲଟିଗଲା ତା ପାଇଁ
Writer's Details: ମହେଶ୍ୱର ଦାଶ
ନରସିଂହ ପୁର ଶାସନ, କେନ୍ଦୁଝର
Content Category:
Submission Date: May 14, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.