
ମୋ ଗାଆଁ ଆଉ ଗାଆଁଟିଏ ନୁହେଁ ସତେ ଯେମିତି ସହର,
ଗାଆଁ ମଧୁରତା ମହୁ ନୁହେଁ ଆଉ ପାଲଟିଲାଣି ଜହର llଜ୍ଞାନୀ, ଗୁଣୀ, ବୁଢା, ପଣ୍ଡିତ, ସୁଜନ କଥା ପଚାରୁଛି କିଏ,
ପୁରୁଣା କଥା ଯେ ସ୍ମୃତି ସାଜିଲାଣି କମ୍ପୁଟର ଯୁଗ ଇଏ ll
ସାହି ପଡିଶାଙ୍କ ଭାଇଚାରା ଭାବ ଖୋଜିଲେ ମିଳିବ କାହିଁ,
ସମ୍ପର୍କର ସେତୁ ମିଛ ବାଲିବନ୍ଧ ନିମିଷକେ ଯାଏ ଧୋଇ ll
ଇଦ, ବଡ଼ଦିନ, ଦଶରା ମେଳଣ ସଭିଙ୍କୁ କରଇ ମେଳ,
ପରବ ପୁନେଇଁ ବିପଦ ଆପଦେ ସଭିଏଁ ହୁଅନ୍ତି ଠୁଳ ll
ଗାଆଁ ତୋଟାମାଳ, ସାଙ୍ଗ ସାଥି ମେଳ ଦୂରେ ଗଲା ଅପସରି,
କର୍ପୁର ଉଡିତା କନାଟି ପଡିଛି ପାରୁନୁ ତାକୁ ପାସୋରି ll
ବଢ଼ି, ମରୁଡିରେ ସାହା ହେଉଥିଲେ କେତେ ସେବାକାରି ଜନ,
ସେ ସେବାରେ ଥିଲା ଅମୃତ ମ6ଣlହି ଆଜି କରୁ ବିଷପାନ ll
ମିଛ, କପଟତା, ଲମ୍ପଟ ସ୍ୱଭାବ ଆଜି କରୁଛି ରାଜୁତି,
ଛଳନାକାରୀଏ ସର୍ବସ୍ବ ଲୁଟନ୍ତି ଦେଇ ମିଥ୍ୟା ପ୍ରତିଶୃତି ll
ଭାଗବତ ଟୁଙ୍ଗୀ, ଦେଉଥିଲା ନିତି ନୀତି ଆଦରଶ କଥା,
ଦୂରଦରଶନ ଯୁଗରେ ସେସବୁ ଲାଗୁଛି ଆମକୁ ପିତା ll
ସଂକୀର୍ତ୍ତନ ଦଳ ହରିନାମ ଗାଇ ହେଉଥିଲେ ସାଧୁ ସଂଗ,
ଆଜି କିନ୍ତୁ ଗାଆଁ ପିଲାଏ ନାଚନ୍ତି ଗୀତତାଳେ ଖାଇ ଭାଙ୍ଗ ll
ଚାଲ ଫେରିଯିବା ଗାଆଁକୁ ସଭିଏଁ ଖୋଜିବା ସେ ମଧୁରତା,
ବାପା, ଜେଜେଙ୍କର ଗାଥା ବଖାଣିବା ହୋଇବା ଜଗତଜିତା ll
ଗାଆଁ ପ୍ରଗତିର ବାରତା ବାଣ୍ଟିବା ଏକତାର ମନ୍ତ୍ର ଗାଇ,
ମୋ ଗାଆଁ ମାଟିରେ ସୁନା ରାଇଜଟା ଉଠିବ ଯେମିତି ଚେଇଁ ll
ସଭିଙ୍କୁ ମଣିବା ଆପଣାର ଭାଇ ପରକୁ କରି ନିଜର,
ମୋ ମାଆ ମୋ ଗାଆଁ ମାନ ପାଇଁ ସାଜିବି ମୁଁ ବତୀଘର ll
Writer's Details: ହରିଶ୍ଚନ୍ଦ୍ର ହୋତା
ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ,
ମୂଷାବଣି ସରକାରୀ ଉପ୍ରା. ବିଦ୍ୟାଳୟ, ରାଇରଙ୍ଗପୁର, ମୟୁରଭଞ୍ଜ,
ଦୂରଭାଷ -9438745662.
Content Category:
Submission Date: May 03, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.