
ପ୍ରକୃତି ଆଜି କାନ୍ଦୁଚି
ଆୟୁଷ ତାହାର ସରିଯାଉଛି ମାନବ ଆଜି ଦାନଵ ସାଜି
ସବୁ ତାହାର ହରଣ କରିଛି||
ନିଜେ ସିଏ ନିଜ ଗୋଡ଼କୁ
କୁରାଢ଼ୀ ସର୍ବଦା ମାରୁଛି
ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନଦ୍ୱାରା
ସବୁ ଅକ୍ତିଆର ସେ କରିଛି||
ଅଜ୍ଞାନ ମାନବ ସବୁ ଜାଣି
ଅଜଣା ଭଳି ରହୁଛି
ପ୍ରତିମୁହୁର୍ତେ ପ୍ରକୃତିକୁ
କ୍ଷତବିକ୍ଷତ ସେ କରୁଛି ||
ସବୁଜଘର ପ୍ରଭାବ
ସବୁଜତା ତାର ହରିଛି
ଗ୍ଲୋବାଲଓ଼ର୍ମିଂ ସହ
ତାପମାତ୍ରା ଆଜି ବଢୁଛି ||
ଗ୍ରହନକ୍ଷତ୍ରକୁ ପରୀକ୍ଷାକରି
ଚନ୍ଦ୍ରକୁ ସେ ଟପିଛି
ଅତିବାଇଗେଣୀ ରଶ୍ମି
ଓଜନରେ ରନ୍ଧ୍ର କରୁଛି ||
ଅମ୍ଳଜାନ ଗ୍ୟାସ ହ୍ରାସ ସହ
ଜଳ ସଙ୍କଟ ଆଜି ବଢୁଛି
କଳାକାରଖାନା ବିଷାକ୍ତ ଧୂଆଁରେ
ସବୁ ବିଷମୟଖାଲି ଲାଗୁଛି||
ମାନବ ନିଜ ସୁଖସ୍ବାଛନ୍ଦକୁ
ସର୍ବଦା ଶ୍ରେୟ ମଣୁଛି
ଅଏସରେ ରହିବାକୁ
ଭବିଷ୍ୟତ ତଣ୍ଟି ଚିପୁଛି ||
ମନପୁଲକରେ ପିଜା ବର୍ଗର
ସବୁଦିନସେ ଖାଲି ଖାଉଛି
ବିଷ ଗୁଡା ଉଦରରେ ଭରି
ଅଜାଣତେ ନିଜକୁ ବୀନିଷ୍ଟ କରୁଛି||
ପ୍ରାକୃତିକ ବାୟୁ ଭୁଲିଯାଇ
Ac ରେ ଖାଲି ଶୟନ କରୁଛି
ମୁହୂର୍ତ୍ତେ ମୁହୂର୍ତ୍ତେ କମ୍ପୁଟର
ଆଉ ସ୍ମାର୍ଟ ଫୋନ ଖାଲି ଚିପୁଛି||
ନିଜକୁ କୃତିମ କରି
ବାହାପିଆ ଖାଲି ମାରୁଛି
ବିଭିନ୍ନ ସଂକ୍ରାମକ ରୋଗ
ତାର ଶରୀରେ ବସା ବାନ୍ଧୁଛି ||
ପ୍ରତିଦିନ ଚିକିତ୍ସାଳୟେ
ଖାଲି ଧାଡି ଲାଗିଛି
ମେଡ଼ିସିନ ଗୁଡା ସର୍ବଦା
ଚକଲେଟ ଭଳି ଖାଉଛି ||
ଶିଶୁ ଯୁବକ ସଭିଙ୍କୁ
ବୃଦ୍ଧ ଭଳି ରୋଗ ହେଉଛି
ବୁଢ଼ା ବାପା ଥାଇ ଏଠି
ପୁତ୍ର ଯେ ମସାଣି ଯାଉଛି ||
ମୁଁ ଆଜି ପୃଥିବୀର ସମସ୍ତ
ମାନବଙ୍କୁ ଭିକ୍ଷା ମାଗୁଛି
ବୃକ୍ଷ ରୋପଣ କର
ସେ ଅମ୍ଳଜାନ ସୃଷ୍ଟି କରୁଛି ||
CNG ବ୍ୟବହାର କର
ସଭିଙ୍କୁ ମୁଁ ମିନତି କରୁଛି
ପ୍ରକୃତିର ନିୟମ ଉଲ୍ଲଙ୍ଘନ ନକର
ସଭିଙ୍କୁ ଏତିକି ଗୁହାରି କରୁଛି||
Writer's Details: ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
ବାଙ୍କୀ, କଟକ, ଫୋନ -8598886919Content Category:
Submission Date: May 26, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.