
• କାନ୍ତି ନବଜଳଧର ନିନ୍ଦିତ ହେ
• ଶୁଭ୍ର ଶଶାଙ୍କ ଦଳିତ ବିଧୁମୁଖ
• ଚାରୁ ମନ୍ଦହାସ ସୁର ବନ୍ଦିତ ହେ ।।
•
• ଚୁର୍ଣ୍ଣ କୁନ୍ତଳ ମସ୍ତକେ ବିଶୋଭିତ
• ରସ ସେଖର ନାଗର ଖଞ୍ଜନେତ୍ର
• ଶ୍ୟାମ ସୁନ୍ଦର ମନ୍ଦର ଧାରଣ ହେ
• ବ୍ରଜ ବସନ୍ତ ମଳୟ ମରୁତ ହେ ।।
•
• ଗଳେ ବନମାଳ ମଣି ମରକତ
• ଗୁଞ୍ଜ ମାଳ କଉସ୍ତୁଭ ହୃଦ ପଦ୍ମେ
• ବେଣୁକରେ ତା କଙ୍କଣ ବିରାଜିତ
• କୋଟି ମାର ଜିଣି ଦିଶେ ନନ୍ଦସୁତ ।।
•
• ଅଙ୍ଗେ ପାଟ ପୀତାମ୍ବରି ଦିବ୍ୟ ବସ୍ତ୍ର
• ରତ୍ନ ମେଖଳା ଖଚିତ କଟିପଟ
• ପଦେ ନୂପୁର ତ୍ରୀଭଙ୍ଗି ଛନ୍ଦାପଦ
• କୋଟି ଭାନୁ ଜ୍ଵୋତି ଜ୍ଵୋଳେ ନନ୍ଦସୁତ ।।
•
• କଦମ୍ବ ମୂଳିଆ ନବ ନଟବର
• ଗୋପୀକା ଦୁକୁଳ ନବନୀତ ଚୋର
• ଅଶେଷ ଜନ୍ମାର୍ଜିତ ପାପ ଚୈ।ର ହେ
• ହେ ଚୈ।ରାଗ୍ରଗଣ୍ୟ ପୁରୁଷ ନମାମି ।।