
"ଫୋନି" ନାଆଁ ଶୁଣି ଲାଗଇ ଛାନିଆଁ
ବୀଭତ୍ସ ବିକଟ ରୂପ ଗଣମଧ୍ୟମର ସତର୍କ ବାରତା
ବଢୁଛି ତୁମ ପ୍ରକୋପ ୲୲
କେବେ ଯେ ତିତିଲି କେବେ ଫାଇଲିନ୍
କେବେ ପୁଣି ହୁଡୁହୁଡ଼ି
କାହିଁକି କେଜାଣି ବିନା ନିମନ୍ତ୍ରଣେ
ଅଦିନେ ଆସୁଛ ମାଡ଼ି ୲୲
ଦେଇ ମହା ରଡି ଅବାଧ୍ଯେ ପ୍ରବେଶି
ନାରଖାର ସବୁ କରି
କିବା ଆତ୍ମ ଶାନ୍ତି ଲଭ ଅବା ଖ୍ୟାତି
କହିବ କି ବାରେ ଖୋଲି ୲୲
ତୁମ ଆଗମନେ ଅମୂଲ୍ଯ ଜୀବନ
ଅକାଳେ ହୁଅଇ ନାଶ
କେତେ ଧନ କ୍ଷୟ ଘର ଦ୍ଵାର ଭାଙ୍ଗି
କରୁଛ ଅଜସ୍ର ଧ୍ଵଂସ ୲୲
ହେ "ଫୋନି" ତୁମକୁ କହେ ମୁଁ ବିନୟେ
ଦୟାକରି ଫେରି ଯାଅ
ଶତ୍ରୁତା ବେଭାର ନୁହଁଇ ଉଚିତ
କାହିଁକି ନିର୍ଦ୍ଦୟ ହୁଅ ୲୲
ଜଗତର ନାଥ ଆହେ ଦୟାମୟ
ଏତିକି କରୁଛି ଅଳି
ସାହା ହୁଅ ପ୍ରଭୁ ମୋ' ଦେଶବାସୀଙ୍କୁ
ଆଶିଷ କରୁଣା ଢାଳି ୲୲
Writer's Details: ସଂଯୁକ୍ତା ରାଉତ , ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: May 01, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.