
ପ୍ରତ୍ୟୁତ୍ତର ଦିଅ କଳାଜହ୍ନ
ପାହାନ୍ତି ପ୍ରହରେ ପହଡ ଭାଙ୍ଗିଲ
ପ୍ରେୟସୀ କେ ନିଦ୍ରା କଲା ଭଗ୍ନ...
ନୟନ ପଲକ ନୈତିକ ସେବାରେ
ନେପଥ୍ୟୁ ନିଷ୍ଠୁର କଲା ଘାତ
ନିଷ୍ପେଶିତ ହେଲେ ନିଷ୍ପାଦିତ ନିଦ୍ରା
ନିଲଜ ସାଜିଲା ଏ ନିଶୀଥ...
କମ୍ପିତ ଶରୀରେ କହେ ବଂଶୀଧାରୀ
କିଏ ସେ ରମଣୀ ଝୁରେ ମୋତେ
କୋଠରୀ ଭିତରୁ କାହ୍ନୁ କାହ୍ନୁ ବୋଲି
କୁହୁଳି ଉଠୁଛି ପ୍ରେମ ଯେତେ...
କମଳ ବଦନୀ କଟି ତରଙ୍ଗିଣୀ
କପୋଳ ଶତପତ୍ର ପାଖୁଡା
କବରୀ ବାନ୍ଧିଛି କଳାମେଘ କେଶେ
କୁହୁକ ଚାନ୍ଦିନୀ ତା ମୁଖୁଡା...
ମୋହିନୀ ମାନିନୀ ମନେ ପ୍ରେମ ଭରି
ମତୁଆଲା ମୋର ନାମ ଧରି
ମତ୍ତନାଗ ଜେହ୍ନେ ମଦିରା ପିଇଣ
ମତି ହାରେ ନୃତ୍ୟେ ଘୁରି ଘୁରି..
ମୁଦ୍ରିତ ତା ଠାଣି ମଦନ ମୋଦକ
ମୋ ପ୍ରାଣେ ସଂଚରି ଗଲା ସତେ
ମଦ୍ୱଚନ ମନ ମାନେନା ଏସନ
ମଧୁକର ରୂପେ ଚାହେଁ ମୋତେ...
ପ୍ରଶାନ୍ତ ଚିତ ରେ ପ୍ରାଣ ଭକ୍ତି ଭରେ
ପ୍ରଶସ୍ତି କୀର୍ତ୍ତନ ନିଜ ଠାରେ
ପାହିବା ଆଗରୁ ପାହାନ୍ତି ପ୍ରହର
ପ୍ରସରିବି କିବା ତା ସଙ୍ଗ ରେ...
ଭକତି ଶୃଙ୍ଗାର ଭିଆଣ କେ କଲା
ଭାବୋଦ୍ଦୀପନ ତା ଅଙ୍ଗେ ଅଙ୍ଗେ
ଭାଳି ଭାଳି ଚିତ ଭାରାକ୍ରାନ୍ତ ହୁଏ
ଭାସିଯାଇ ତାର ଭକ୍ତି ରଙ୍ଗେ...
ଏକାଧିପତି ମୁଁ ଐଶ୍ବର୍ଯ୍ଯ ମୋ ଠାଣି
ଏକାଧାରେ ପ୍ରେମ ଠାଣି ଚୋର
ଏ ପ୍ରିତି ବାୟାଣୀ ମୁଦ୍ରିତ ତା ଠାଣି
ଏ କ୍ଷଣେ ପୋଛିଲା ଯଶ ମୋର...
ଧନ୍ୟ ତୋର ଭକ୍ତି ଧ୍ୟାନ ର ଶକତି
ଧ୍ୱଜା ବାହିବ ତୋ ଭକ୍ତି ମୀରା
ଧ୍ୱଂସିତ ସମାଜେ ଧୋରଣି ଟେ ହୋଇ
ଧରଣୀ ରେ ହେବୁ ଅପାଶୋରା ...
ଶିବ ଚରଣ ମହାପାତ୍ର
ଚକ୍ରଧରପୁର : କେନ୍ଦୁଝର
ପାହାନ୍ତି ପ୍ରହରେ ପହଡ ଭାଙ୍ଗିଲ
ପ୍ରେୟସୀ କେ ନିଦ୍ରା କଲା ଭଗ୍ନ...
ନୟନ ପଲକ ନୈତିକ ସେବାରେ
ନେପଥ୍ୟୁ ନିଷ୍ଠୁର କଲା ଘାତ
ନିଷ୍ପେଶିତ ହେଲେ ନିଷ୍ପାଦିତ ନିଦ୍ରା
ନିଲଜ ସାଜିଲା ଏ ନିଶୀଥ...
କମ୍ପିତ ଶରୀରେ କହେ ବଂଶୀଧାରୀ
କିଏ ସେ ରମଣୀ ଝୁରେ ମୋତେ
କୋଠରୀ ଭିତରୁ କାହ୍ନୁ କାହ୍ନୁ ବୋଲି
କୁହୁଳି ଉଠୁଛି ପ୍ରେମ ଯେତେ...
କମଳ ବଦନୀ କଟି ତରଙ୍ଗିଣୀ
କପୋଳ ଶତପତ୍ର ପାଖୁଡା
କବରୀ ବାନ୍ଧିଛି କଳାମେଘ କେଶେ
କୁହୁକ ଚାନ୍ଦିନୀ ତା ମୁଖୁଡା...
ମୋହିନୀ ମାନିନୀ ମନେ ପ୍ରେମ ଭରି
ମତୁଆଲା ମୋର ନାମ ଧରି
ମତ୍ତନାଗ ଜେହ୍ନେ ମଦିରା ପିଇଣ
ମତି ହାରେ ନୃତ୍ୟେ ଘୁରି ଘୁରି..
ମୁଦ୍ରିତ ତା ଠାଣି ମଦନ ମୋଦକ
ମୋ ପ୍ରାଣେ ସଂଚରି ଗଲା ସତେ
ମଦ୍ୱଚନ ମନ ମାନେନା ଏସନ
ମଧୁକର ରୂପେ ଚାହେଁ ମୋତେ...
ପ୍ରଶାନ୍ତ ଚିତ ରେ ପ୍ରାଣ ଭକ୍ତି ଭରେ
ପ୍ରଶସ୍ତି କୀର୍ତ୍ତନ ନିଜ ଠାରେ
ପାହିବା ଆଗରୁ ପାହାନ୍ତି ପ୍ରହର
ପ୍ରସରିବି କିବା ତା ସଙ୍ଗ ରେ...
ଭକତି ଶୃଙ୍ଗାର ଭିଆଣ କେ କଲା
ଭାବୋଦ୍ଦୀପନ ତା ଅଙ୍ଗେ ଅଙ୍ଗେ
ଭାଳି ଭାଳି ଚିତ ଭାରାକ୍ରାନ୍ତ ହୁଏ
ଭାସିଯାଇ ତାର ଭକ୍ତି ରଙ୍ଗେ...
ଏକାଧିପତି ମୁଁ ଐଶ୍ବର୍ଯ୍ଯ ମୋ ଠାଣି
ଏକାଧାରେ ପ୍ରେମ ଠାଣି ଚୋର
ଏ ପ୍ରିତି ବାୟାଣୀ ମୁଦ୍ରିତ ତା ଠାଣି
ଏ କ୍ଷଣେ ପୋଛିଲା ଯଶ ମୋର...
ଧନ୍ୟ ତୋର ଭକ୍ତି ଧ୍ୟାନ ର ଶକତି
ଧ୍ୱଜା ବାହିବ ତୋ ଭକ୍ତି ମୀରା
ଧ୍ୱଂସିତ ସମାଜେ ଧୋରଣି ଟେ ହୋଇ
ଧରଣୀ ରେ ହେବୁ ଅପାଶୋରା ...
ଶିବ ଚରଣ ମହାପାତ୍ର
ଚକ୍ରଧରପୁର : କେନ୍ଦୁଝର
Sent from my Samsung Galaxy smartphone.
0 Comments
You can write now your valuable comments here. Off-topic comments may be removed or deleted without prior notice.