
ପ୍ରକୃତି ରଚେ ପ୍ରଳୟ
କମ୍ପିତ ହୁଏଜଡରୁ ଜୀବନ
ଦୋହଲି ଯାଏ ମନ
ଶିହରି ଉଠେ ହୃଦୟ,
'ମୁଁ' କିନ୍ତୁ
ସ୍ଥିର, ଅଚଳ, ଅଟଳ
ପ୍ରତିକ୍ରିୟାହୀନ ।
କେଉଁ ଅନାଦି କାଳରୁ
ସେଇ 'ମୁଁ' ର ସ୍ବର
ଝଂକୃତ, ନିନାଦିତ ।।
'ମୁଁ' କିଏ ?
'ମୁଁ' ମନ ନୁହେଁ
'ମୁଁ' ହୃଦୟ ନୁହେଁ
'ମୁଁ' ଶରୀର ନୁହେଁ,
'ମୁଁ' ଏକ ବ୍ରହ୍ମ,
ଦ୍ୱିତୀୟ ନାସ୍ତି,
ଏ ସଚରାଚର ବିଶ୍ୱରେ
'ମୁଁ' ଏକମାତ୍ର ସତ୍ୟ ।
ଯାହାର ଆଦି ନାହିଁ
ଯାହାର ଅନ୍ତ ନାହିଁ,
କ୍ଷୟ ନାହିଁ, ବିଲୟ ନାହିଁ
ଯିଏ ନିରାକାର
ଯିଏ ଅସୀମ
ସେ ପୁଣି ସର୍ବ ବ୍ୟାପି
ସବୁ ସତ୍ତାର ମୂଳ ଭିତ୍ତି ।
'ମୁଁ' ସର୍ବଦା ମୋତେ ଖୋଜୁଛି
କେଉଁ ଅନାଦି କାଳରୁ
ଠିକ୍ କସ୍ତୁରୀ ମୃଗ ଭଳି,
କସ୍ତୁରୀ ବାସ୍ନାରେ
ଲକ୍ଷ୍ୟହୀନ ଭାବେ
ଆଜି ବି ଦୌଡୁଛି ।।
Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: May 04, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.