
ପରାଜିତ ସୈନିକ
ରୁଦ୍ଧ ମୋହର ହୃଦୟଟା ନୁହେଁ
ଭାବନା କରିବି ଶୁଦ୍ଧ
ଚେତନା ଭିତରେ
ତୋଳିବାକୁ ଚାହେଁ ବୁଦ୍ଧ ।
ନିରାଶା ଭିତରେ
ଆଶା ଦୀପ ଜାଳେ
ସଂସାର ଭିତରେ
ଦେଖିବାକୁ ଚାହେଁ ସ୍ବର୍ଗ,
ହତାଶା ଭିତରେ
ଭରିବାକୁ ଚାହେଁ ସ୍ବପ୍ନ ।
ରାସ୍ତା ଯେତେ ହେଉ
ପିଚ୍ଛଳ କର୍ଦ୍ଦମାକ୍ତ
ସନ୍ୟାସୀ ନୁହେଁ ମୁଁ
ପ୍ରବୃତ୍ତିର ନୁହେଁ ଦାସ
ଉଦ୍ଦିପନାର ଜ୍ବଳନରେ ସଦା
ଅନ୍ତରେ ହୁଏ ଦୀପ୍ତ ।
ଜାଗ୍ରତ ମୁହିଁ
ଅଭିମାନ ନାହିଁ
ମୋ ଚେତନା କରିଛି ତୀକ୍ଷ୍ଣ,
ଅଛନ୍ତି ମୋ ସାଥେ
ଜୀବନ୍ତ ଆଦର୍ଶ
ତୃପ୍ତିର ସୂତ୍ରଧର
ହୋଇଛି ମୁଁ ଯୋଗଯୁକ୍ତ ।
ହୃଦ ଆଭ୍ୟନ୍ତରେ
ଦେଖୁଛି ନିତ୍ୟ
ଜୀବନେ ଦର୍ପଣ
ଲାବଣ୍ୟର ଢେଉ
ଛବି ସେ ତେଜୋଦୀପ୍ତ ,
ଆଦର୍ଶକୁ ଅବଲମ୍ବନ କରିଛି
ନୁହେଁ ମୁଁ ଯଷ୍ଟିଚ୍ୟୁତ ।
ଜୀବନ ନୌକାର
ନାଉରି ସିଏତ
ଭରିଛନ୍ତି ଆତ୍ମବଳ,
ପହଞ୍ଚିବି ଦିନେ
ଠିକଣା ଜାଗାରେ
ଧର୍ମ ଧରିଲେ ଫଳ।
ଭକ୍ତି ଆଣେ ଜ୍ଞନ
ଭକ୍ତି ଆଣେ ପ୍ରେମ
ଭକ୍ତି ହିଁ ଦିଏ ସିଦ୍ଧି
ଦୂରେଇ ଦେବ ସେ
ଜୀବନ ପଥରୁ
ଯେତେ ସନ୍ଦେହ ଭ୍ରାନ୍ତି
କର୍ମ ମୋହର ଜୀବନେ ଆୟୁଧ
ଇଷ୍ଟଙ୍କୁ କରି ତୃପ୍ତି ।
ପ୍ରତିଷ୍ଠା ଚାହେଁନା
ଯଶ ଲାଭ ନୁହେଁ
ସ୍ବାର୍ଥ ବି ନୁହେଁ ଧେୟ ।
ସିଦ୍ଧି ଦେଇଥାଏ
ସାଧନାର ପଥ
ମୋକ୍ଷ ମୋହର ଲକ୍ଷ ।।
Writer's Details: ହାସ୍ୟମୟୀ ରାଜ୍
ଓରାଳି ହାଟଡିହି କେନ୍ଦୁଝର ।
Content Category:
Submission Date: May 29, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.