
ଅହଙ୍କାରର
ସୀମା ଡେଇଁଛି ତମେଏତେ ଉପରକୁ
ଉଠିଯାଇଛଯେ
ଲାଗୁଛ
ଅଟ୍ଟହାସ୍ୟର ବିଗୁଲ୍
ବଜାଉଥିବା
କେଉଁ ଏକ ଦୁର୍ଦ୍ଧଷ ନରେଶ।
ବୃଥା ଆସ୍ଫାଳନ ଭିତରେ
ଦେଖୁଛ ନିଜ ପ୍ରତିଛବି,
ତମେ ଯେ
ତଳକୁ ଆସିବ
କାହା ହାତଧରି
କେବେ ଉଠେଇଦେବ
ଏହା ତମ ଚରିତ୍ରର
ଚିତ୍ରପଟ ନୁହେଁ
ଛଳନାରେ ପରିପୂର୍ଣ୍ଣ
ହୃଦୟ ଭିତରେ
ଦେଇପାରିବକି
ପ୍ରେମର ସନ୍ଦେଶ
ଜିଇଁବାର ଆଶା,
କେବେ କ'ଣ ଭରିପାରିବ
କାହାରି ଆଖିରେ
ସ୍ବପ୍ନର ଛିଟା,
ଏମିତି ଅହଂକାରର
କବର ଭିତରେ
ତମେ ସେମିତି ଶୋଇଥିବ,
ଜିଇଁବା ନାଆଁରେ ମରୁଥିବ
ପ୍ରତି ମୁହୂର୍ତ୍ତରେ।
କାହାର ଭାବପ୍ରବଣତା,
କାହାର ଆବଶ୍ୟକତା
ବୁଝିପାରିବନି କେବେ,
କାହାର ହୃଦୟକୁ
ଜୟ କରିପାରିବନି ତମେ ।
ଦିନ ଆସିବ
ସବୁ ଲୁହ ଲହୁ
ଏକାକାର ହୋଇ
ତମକୁ ଉତ୍ତର ମାଗିବେ,
ପାରିବିନି ଦେଇ ଉତ୍ତର
ନିଃସ୍ବ ହୋଇଯାଇଥିବ ତୁମେ
କେହି ନଥିବେ ପାଖରେ
ଶୁଣିପାରିବନି କାହାର ସ୍ବର।।
Writer's Details: ହାସ୍ୟମୟୀ ରାଜ୍
ଓରାଳି , ହାଟଡିହି, କେନ୍ଦୁଝର ।
Content Category:
Submission Date: May 16, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.