
• ସେହି ଡାକ
• ତାହାର ତୁଳନା ନାହିଁ
• ସେ ନାମ ସ୍ମରିଲେ
• ତ୍ରିଭୁବନ ସୁଖ
• ଅଚିରେ ପ୍ରାପତ ହୋଇ ।।
•
• ଥରେ ଡାକି ଦେଲେ
• ସେ ନାମକୁ ଧରି
• ଅନେକ ଦୁଃଖ ଜଞ୍ଜାଳ
• ଅପସରି ଯାଏ
• ମୁହୁର୍ତ୍ତ ଭିତରେ
• ଛୁଇଁ ନପାରଇ କାଳ ।।
•
• ବେଦରେ ବର୍ଣ୍ଣିତ
• ପ୍ରଥମ ଶବଦ
• ସର୍ବ ଶ୍ରେଷ୍ଠ ସେହି ଶବ୍ଦ
• ସର୍ବାଗ୍ରେ ପ୍ରାଧାନ୍ୟ
• ବିସ୍ତାରି ଦେଇଛି
• ଧନ୍ୟ ମାତୃଦେବ ଭବ ।।
•
• କିଏ ଡାକେ ମା
• କିଏ ଡାକେ ବୋଉ
• ଅତି ଆପଣାର ଡାକ
• ତା ପବିତ୍ର ପଦ
• ରେଣୁ ସ୍ଵର୍ଗ ଧୂଳି
• ହେଉ ଥାଉ ମୋ ପ୍ରାପତ ।।
0 Comments
You can write now your valuable comments here. Off-topic comments may be removed or deleted without prior notice.