
ବିଶାଳ ଭାରତେ ଗଣତନ୍ତ୍ର ଭାସେ
ଶାସନର ମହାମନ୍ତ୍ରେ, ସଚେତନ ଧର୍ମୀ ନାଗରିକ କର୍ମୀ
ରୁଚିରଖ ନୀତିଶାସ୍ତ୍ରେ ! !
ଶାସନର ଭାର କରହେ ଅର୍ପଣ
ବିଚାର ବିମର୍ଷ କରି ,
ନିର୍ବାଚନ ଅଙ୍କ ଜଟିଳ ଗଣିତ
ମୂଳସୁତ୍ର ରଖ ଧରି ! !
ମତ ଅଧିକାର ସାବ୍ୟସ୍ତେ ସରାଗ
ଅଙ୍ଗୁଳି ନିର୍ଦ୍ଦେଶେ ଫଳ ,
ଲୋକପ୍ରତିନିଧି ଦେଵା ଆମ୍ଭେ ବାଛି
ଚାଲିବ ସାଶନ କଳ ! !
ସୁଯୋଗ୍ୟ ବ୍ୟକ୍ତିକୁ ରାଜା କରିବାକୁ
କରିବାନି କେବେ ହେଳା ,
ଜାତି ଧର୍ମ ବର୍ଣ୍ଣ ନୁହେଁ ସମୀଚିନ
ଜଳାଅନି ହିଂସାଜ୍ଜ୍ଵଳା ! !
ଜାଗ ଆହେ' ଜନ ନିର୍ବାଚନ ଧନ
ଅଧିକାର ସାବ୍ୟସ୍ତରେ ,
ରାଜନୀତି ଭାଗ କର ଉପଭୋଗ
ନାଗରିକ ଯୋଗ୍ୟତାରେ ! !
ସୁନାଗରିକ ଦେଶର ସମ୍ପଦ
ଗଣତନ୍ତ୍ର ଅଭିମୁଖି ,
ବିରତ ହୁଏନି ହୁଏ ଅଂଶୀଦାରି
ନିର୍ବାଚନେ ଛାପରଖି ! !
ସଚେତନ ଧର୍ମୀ ନାଗରିକ କର୍ମୀ
ଦେଶର ପ୍ରଚଣ୍ଡ ଶକ୍ତି ,
ଶାସନ ଶାସକ ସଭିଙ୍କ ମାଣିକ
ଅଜାଡନ୍ତି ପ୍ରିତୀ ଭକ୍ତି ! !
ସର୍ବେଜନେ ଦେଖ ଅଙ୍ଗୁଳିକୁ ମୋର
ଲାଗିଛି ନିଆରା କାଳି ,
ପ୍ରତୀକ ସନ୍ତକ ନିର୍ବାଚନ ରଙ୍ଗ
ସରାଗେ ଦେଇଛି ବୋଳି ! !
ଭୋଟ ଖଣ୍ଡିଏ ଦାନ କରିବାରେ
କୁଣ୍ଠାବୋଧ କର ନାହିଁ ,
ଦେଶର ଶାସନ କରୁ ଯୋଗ୍ୟବର
ଉଚ୍ଚସ୍ଵରେ ଦିଅକହି ! !
ନୈତିକ ପୋଷଣ ନାଗରିକ ଧର୍ମ
କର୍ତ୍ତବ୍ୟର ଆଭୂଷଣ ,
ଔଜ୍ଜଲ୍ୟ ରୋଶନୀ ଢାଳେ ବିଭାବରୀ
ଗଣତନ୍ତ୍ର ବିଭୂଷଣ ! !
Writer's Details: ସଦାନନ୍ଦ ସାହୁ, କାରା କର୍ମଚାରୀ,
କେନ୍ଦ୍ରୀୟ କାରାଗାର, କଟକ, ଚୌଦ୍ଵାର, ଭ୍ରାମ୍ୟଭାଷ୍ୟ ସଂଖ୍ୟା - 7978517998 Content Category:
Submission Date: May 24, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.