
ସକାଳୁ ଊଠି ଝିଅ ଡାକୁଛି
ଜଲଦି ଦେଖିବ ଆସକାଲି ଠାରୁ ମୋ କଣ୍ଢେଇ ଖାଇନି
ରହିଛି ସେ ଉପବସ
ଜେଜମା ଦେଇଥିଲେ ଜଉ କଣ୍ଢେଇ
ଗାଁ ହାଟରୁ ସେ କିଣି
କହିଥିଲେ ନାତୁଣୀଲୋ ବୁଝିବୁ ତା କଥା
ଖାଇବାକୁ ଦେବୁ ମନଜାଣି
କାଲିଠୁ ତାକୁ ଯାହା ଦେଉଛି
ଖାଉନାହିଁ ସେ କିଛି
ଭାତି ଦେଇଛି ଡାଲି ଦେଇଛି
କକ ଦେଇଛି ପରସି
କେତେ ବୁଝେଇ କହିଲି ତାକୁ
ଖାଇଦେବୁ ଚାଟି ଚୁଟି
ପାଖରେ ରଖିଥିଲି ପାଣି ତାଟିଏ
ଧୋଇବୁ ହାତ ଭଲିକି
ସେମିତି ଅଛି ଯାହା ଦେଇଥିଲି
ହାତତ ଜମା ମାରିନି
ତା ରଂଗଢଙ୍ଗ ଜମାରୁ ମୋତେ
କିଛିବି ଭଲ ଲାଗୁନି
ଏତେ ଜବୁରି ହେଉଛି କାହିଁକି
ହେଊନି କିଛି ବୁଝି
କେତେ ଗେଲକରି କହିଥିଲି ମୁଁ
ତୋ କଥା ସବୁ ବୁଝିବି
ଏସନ ଭାବିଥିଲି ମଗୁସୁରକୁ
କରିଥାନ୍ତି ତ ବାହାଘର
ଯାନି ଯୌତୁକ ଗାଡି ଘୋଡା ଦେଇ
ବିଦା କରିଥାନ୍ତି ଶାଶୁଘର
ଏତେ ଜବୁରି ହେଉଛୁ ତୁହି
କିଏ ବା ତତେ ସମ୍ଭାଳିବ
ବାପ ଦାଦିର ନାକୁ ଯା
ଅଜଥାରେ ପଦାରେ ପଡିବ
କଥା ନମାନିବୁ ଏମିତି ରୁଷିବୁ
ବୁଲୁ କିଛିବି ଆଣିଦେବନି
ଖାଇଦେ ଏ ଥର ଅଝଟ ନକରି
ଚାନ୍ଦିପୁର ବୁଲେଇ ନେବି
ନାଲି କଙ୍କଡା ନୀଳ ରକ୍ତ କଙ୍କଡା
ସେଠି ଦେଖିବୁ ତୁ କେତେ
ଅଝଟ ହଅନା ମୋ କଣ୍ଢେଇ ରାଣୀ
ମିତ କରିଦେବି ତାଙ୍କ ସାଥେ
ଯୋଉଠି କହିବୁ ଯୁଆଡେ ଯିବୁ
ସବୁ ବୁଲାଇ ଦେଖେଇବି
ରୁଷନି ଅଝଟ ହଅନି ସୁନାଟା ପରା
ଯା କହିବୁ ସବୁ କିଣିଦେବି
ଉଠ ଏବେ ଉଛର ନକରି
ହାତ ମୁହଁ ଧୋଇଆ
ସକାଳ ଜଳଖିଆ ବନାଇଛି ଜିନା
ସାଥି ହୋଇ ଦିହେଁ ଖାଇବା ।
Writer's Details: ସୁଧାକର ସେଠୀ
ଭିନ୍ନକ୍ଷମ ଜାତୀୟ କ୍ରୀଡାବିତ, ଜମ୍ବେଶ୍ବରପୁର,ବାଲେଶ୍ବର
Content Category:
Submission Date: May 17, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.