
ଫୋନି ତୁମେ ମୋତେ ବହୁତ ବଡ ଶିକ୍ଷା ଦେଲ
ଭୁବନେଶ୍ୱରଠାରୁ ଜାଣିଲି ଗାଁଟି ମୋର ଭଲ ସ୍ନେହ ଶରଧା ରେ ସଭିଙ୍କ ସାଥେ ମିଶି ରହିବା
ସର୍ବଦା ସାଇ ପଡିଶା ଙ୍କ ସହ ଉତ୍ତମ ସମ୍ପର୍କ ରଖିବା
"ଜଳହିଁ ଜୀବନ" ଏହି ବାଣୀର ମହତ୍ୱ ବୁଝିଲି
କମ ଜଳରେ ଜୀବନ ଅତିବାହିତ କରିବା ଶିଖିଲି
ବିନା ଏ ସି ବିଦ୍ୟୁତ ରେ ବଞ୍ଚିବା ଓ ଶୋଇବା ଶିଖିଲି
ଇଣ୍ଟେର୍ନେଟ ବିନା ବାହାରେ ଏକ ସୁନ୍ଦର ଦୁନିଆ ଦେଖିଲି
ୱସଙ୍ଗି ମେସିନ ବିନା ବିନା ପ୍ୟାଣ୍ଟ ସାର୍ଟ ଧୋଇହେବ
ବିନା ଗାଡ଼ିରେ ବି ସାଇକେଲ ଦ୍ୱାରା ଅଫିସ ଯାଇ ହେବ
ବଞ୍ଚିହେବ ଜାଣିଲି ନଥିଲେ କ୍ରେଡିଟ ଓ ଡେବିଟି କାର୍ଡ
ଜରୁରୀ କାଳୀନ ପରିସ୍ଥିତି ରେ କିଛି ଲାଗିଲାନି ହାର୍ଡ
ଧନ୍ୟବାଦ ତୁମକୁ, ପ୍ରକୃତି କୁ ଭଲପାଇବା ଶିକ୍ଷା ଦେଇଗଲ
ବହୁତ କଷ୍ଟ ଦେଇଥିଲେ ମଧ୍ୟ, ତାହାର ବଦଳେ କିଛି ଛାଡିଗଲ
Writer's Details: ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
ବେଦପୁର, ବାଙ୍କୀ, କଟକ
Content Category:
Submission Date: May 23, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.