
ଫନି ଆସିଲା ଆଉ ଚାଲିଗଲା,
ଫନି ଆସିଲା ଆଉ ଚାଲିଗଲାଓଡିଶା ଇତିହାସରେ ଲେଖିଗଲା
କିଛି ଦୁଃଖଦକାହାଣୀ ।
ବିଜ୍ଞାନର ଏତେ ଅଗ୍ରଗତି ପରେବି
ପ୍ରକୃତିର ଏ ତାଣ୍ଡବ ପାଖରେ
କିଛିକ୍ଷଣ ମୁଣ୍ଡ ନୁଆଁଇ
ରହିବାକୁ ପଡିଲା ଏ ମଣିଷକୁ ।
ଭାଙ୍ଗିଗଲା ଘର ଉଜୁଡି ଗଲା ସ୍ୱପ୍ନ
ସୁ ସୁ ପବନ ଆଉ ଢୁ ଢୁ ବର୍ଷାରେ
ବେହାଲ ହେଲା ଜନ ଜୀବନ
ଚଉଦଟି ଜିଲ୍ଲା ବାସୀଙ୍କ ଛାତିରେ
ପୁରେଇଦେଲା ଛନକା ।
ଉପୁଡିଗଲା ବିଜୁଳିଖୁଣ୍ଟ
ଛିଡିଗଲା ତାର
ଦିସପ୍ତାହରେ ଦିଲକ୍ଷ କମେଇଦେଲେ
ଜେନେରେଟର ମାଲିକ ।
ପରିବା ଠୁ ପାଣି ଚାଉଳଠୁ ମୁଢି
ସବୁର ମୂଲ୍ୟ ବଢିଗଲା ଆପେ ଆପେ
ନୀଳଚକ୍ରରୁ ଉଡ଼ିଗଲା ନେତ
କାଳିଆ ସାଆନ୍ତଙ୍କ ଭୋଗଥାଳିରେ
ଇନ୍ଦ୍ରଦେଵ ପରସିଲେ ବରଷାର ପାଣି
ଅଦିନରେ ଚାଲିଗଲା କେତେ ଜୀବନ
ଠପ ହେଇଗଲା ଇଣ୍ଟରନେଟ ମୋବାଇଲ ଟିଭି ଏଟିଏମ ।
ରାଜରାସ୍ତା ଠୁ ରାଜଧାନୀ
ସବୁଠି "ଫନି" ର ପ୍ରଭାବ ।
ପଚାଶ କିଲୋ ଚାଉଳ ଖଣ୍ଡେ ପାଲ
ଆଉ ଦୁଇହଜାର ଟଙ୍କା ରେ ମାତିଗଲେ ଲୋକେ
କୁଆଡେ ଉଭେଇଗଲା
ରାଜନୀତି ଚର୍ଚ୍ଚା
ଲୋକସଭା ବିଧାନସଭା ନିର୍ବାଚନର
ଯେତେ କଳା ଧଳା ସବୁ କାରନାମା ।
ଲୋକେ କୁହନ୍ତି ନଅଙ୍କ ଦୁର୍ଭିକ୍ଷରେ
ପୋକ ମାଛି ପରି ମରିଥିଲେ ଲୋକ
ହେଲେ ତାକଥା କୁଆଡେ
ଓଡ଼ିଆ ସାହିତ୍ୟରେ ବିଶେଷ ଦେଖାଯାଏନି ।
ଦୁଇହଜାର ଉଣେଇସ୍
ବୈଶାଖ ଟାରେ
ଶିକ୍ଷେତ୍ର ମାଟିରେ
ତୁମେ ଆସି ଛୁଇଁଦେଲ
ଯେବେ ସ୍ଥଳଭାଗ
ତାପରେ ତୁମ ନାଁ ରେ
ପୁରୀ ଖୋରଧା ବାସୀଙ୍କ
କେତେ କେତେ ଅଭିଯୋଗ ।
ହେଲେ ଫନିଗୋ
ମୁଁତୁମ କଥା ଲେଖିଦେଲି
ଆଉ ମନଉଣା କରିବନି କେବେ
ଆଉ କେବେ ଫେରିବନି
ଓଡିଶା ମାଟିକୁ ଦୋହଲାଇ ଯାଇଛ ତ
କେତେ ଅଞ୍ଚଳକୁ ପ୍ରକୃତି ଗୋ
ଏଇ ଏବେଏବେ ।
Writer's Details: ସିଦ୍ଧେଶ୍ବର ତ୍ରିପାଠୀ
କବିର ଘର, କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
Phone : 7008315040 Content Category:
Submission Date: May 18, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.