
• ଦନୁଜ ଆସିଲା
• ଓଡିଶା ପ୍ରଦେଶ ବୁଲି
• ଦୁଇଘଣ୍ଟା ମାତ୍ର
• ରଚିଲା ତାଣ୍ଡବ
• ସବୁ କରିଦେଲା ଖାଲି ।।
• ଭାଙ୍ଗି ରୁଜି ସବୁ
• ଚୁରମାର କରି
• ହତଶୀରି କରିଦେଲା
• ମୁହୁର୍ତ୍ତ ଭିତରେ
• ତା ଲେଲିହାନ ଜିହ୍ୱା
• ସବୁଜିମା ଚାଟିନେଲା ।।
• ସଙ୍ଗେ ଅଣଚାଶ
• ପବନ ସହିତ
• ଚାରିମେଘ ଏକାକାର
• ପ୍ରଳୟ ସମାନ
• ରତ୍ପାତ ତା ରୂପ
• ସତେ କେଡ଼େ ଭୟଙ୍କର ।।
• ଘୋର ଗରଜନ
• ଦାନ୍ତ କଡମଡ
• କରି ତାର ନାଲି ଆଖି
• ଦାରୁଣ ସେ ଲୀଳା
• ରଚିଲା ରାକ୍ଷସ
• କରିଗଲା ନିରିମାଖୀ ।।
• ଅକାଳ ଚଡକ
• ଅଦିନ ବଉଦ
• ଅବେଳରେ ଘୋଟିଆସି
• ବିକଳାଙ୍ଗ କରି।
• ଦେଇ ଚାଲିଗଲା
• କାହିଁ ଗଲ ବ୍ରହ୍ମରାଶି ।।
• ମହା ମହା ଦୃମ
• ଧରାଶାୟି ହେଲେ
• ଲଣ୍ଡା କରିଗଲା ମହୀ
• କେତେ ଘର ଭାଙ୍ଗି
• ବାସହରା କଲା
• ତାହା ବଖାଣି ନୁହଇ ।।
• ହା ହୁତାସର
• ବିକଳ କ୍ରନ୍ଦନ
• ରୋଳେ ମୁଖରିତ ଦେଶ
• ବିର୍ଣ୍ଣନ ଦିଶଇ
• ସବୁଜିମା ଭରା
• ଏହି ଉତ୍କଳ ପ୍ରଦେଶ ।।
• ଶୀରିହୀନ ଦିଶେ
• ନାହିଁ ଗଛ,ବୃଛ
• ସବୁ ନିଃଶେଷ କରିଲା
• ଅଦିନ ବାତ୍ୟା ଏ
• ଫୋନି କାଳରାହୁ
• କାଳ ସମ ଘୋଟିଗଲା ।।
0 Comments
You can write now your valuable comments here. Off-topic comments may be removed or deleted without prior notice.