
• ଛନ୍ଦି ଦେଇଅଛି
• ଛବିଳ ଧରଣୀ ଛବି
• ଛଳ ଛଳ ନୀଳ
• ଚଳଚଞ୍ଚଳ
• ଝରଣା ଗଲାଣି ହଜି ।।
•
• କାଳ ଛଞ୍ଚାଣ
• ଛାଇରେ ଛନକା
• ଯେପରି କପୋତ ଛାତି
• ଛଳନା ଛନ୍ଦେ
• ମଣିଷ ଜୀବନ
• ଥରୁଅଛି ଦିନ ରାତି ।।
•
• ମେଘାଚ୍ଛନ୍ନ,ଧୂମ୍ର
• ଛାଇରେ ଛନ୍ଦା
• ହୋଇଛନ୍ତି ନିଶାପତି
• ଚନ୍ଦ୍ରଭାନୁ ସମ
• ଛାୟାପତି ଛବି
• ଜାଳି ପୋଡି ଦିଏ ଉର୍ବୀ ।।
•
• ଗଛବୃଛ ହୀନ
• ଅଚଳା ବିଷର୍ଣ୍ଣ
• ରୂପ ଆହା ଜରାଜୀର୍ଣ୍ଣ
• ଛନ୍ଦ,କପଟ
• ଆଛନ୍ନେ ଜୀବନ
• ପଦ୍ମ ପତ୍ର ଜଳ ସମ ।।
•
• ଛକାପଞ୍ଝା ହିଂସା
• ଛଳନା ନାଟକ
• ଛାତିଥରା ଦୃଶ୍ୟ ମାନ
• ସମାଜ ପରଦା
• ପରେ ଆଙ୍କି ହୁଏ
• ବନ୍ଧୁ, ବିଭୁ ପଦେ ରଖ ଧ୍ୟାନ ।।
0 Comments
You can write now your valuable comments here. Off-topic comments may be removed or deleted without prior notice.