
ଦେଖିଥିଲା ତାକୁ କାଳି ବିଲେଇ
ଯେମନ୍ତ ଆଈ ତା ପାଖ ଛାଡଇ
ସେମନ୍ତ ବିଲେଇ ଆସଇ ଧାଇଁ lକl
କ୍ଷୀର ପାଖେ ଆସି ବସେ ବିଲେଇ
ମନେ ମନେ ବୁଦ୍ଧି ପାଞ୍ଚଇ ସେଇ
କେମିତି କାଢିବ କ୍ଷୀର ଘୋଡଣା
ବିଲେଇ ମନରେ କରେ ମନ୍ତ୍ରଣା lଖl
ଘୋଡଣା ଉପରେ ରଖିଲା ଗୋଡ
ଆର ପଟେ ଶୁଭିଲା ଧଡ ଧଡ
ବିଲେଇ ମନରେ ପସେ ଛାନିଆଁ
କ୍ଷୀର ପାଖରୁ ସେ ମାରିଲା ଡିଆଁ lଗl
କିଛି ଦୂର ଗଲା କାଳି ବିଲେଇ
କେଜାଣି ତା ମନେ କ'ଣ ଭାବଇ
ଲେଉଟିଲା ସିଏ ଆଈର ଘର
କ୍ଷୀର ଉପରେ ପକାଇଲା ନଜର lଘl
କାଢିଲା ଘୋଡଣା ଦୁଇ ଗୋଡରେ
କ୍ଷୀର ହାଣ୍ଡି ଟାଣି ନେଲା ପାଟିରେ
ରଖିଲା ହାଣ୍ଡିକୁ କାନ୍ଥ ପାଖରେ
ମୁହଁ ବୁଡାଇଲା କ୍ଷୀର ମଧ୍ଯରେ lଙl
ଆଈ ଯାଇଥିଲା ଲଙ୍କା ବାଡ଼ିକୁ
ଆଣିଥିଲା ତୋଳି କଞ୍ଚା ଲଙ୍କାକୁ
ଖୋଜିଲା ଯେ ଆଈ କ୍ଷୀର ହାଣ୍ଡିକୁ
ଘୋଡଣା ମିଳିଲା କାନ୍ଥ ପାଖରୁ lଚl
ଦେଖିଲା ଆଈ ତ କାଳି ବିଲେଇ
କ୍ଷୀର କୁ ପିଉଛି ବିକଳ ହୋଇ
ଆଈ ଗଲା କଞ୍ଚା ଲଙ୍କା କୁଟିଲା
ବାଲ୍ଟି ପାଣିରେ ମିଶାଇ ଦେଲା lଛl
ଛପି ଛପି ଆଈ ଆଣିଲା ପାଣି
ବିଲେଇ ଉପରେ ଢାଳିଲା ଜାଣି
ମାରିଲା ଯେ ଡିଆଁ କାଳି ବିଲେଇ
ହଇରାଣ ରୁ ତ ବଞ୍ଚିଲା ଆଈ l

ହାଟସିଂହାପୁର, ଯାଜପୁର
ମୋ - ୮୮୭୨୯୦୭୦୮୬
0 Comments
You can write now your valuable comments here. Off-topic comments may be removed or deleted without prior notice.