Ad

header ads

ବାପା - ବୈଜୟନ୍ତୀମାଳା ରାଉତ



ବୟସର ଅପରାହ୍ନ ନ ଥିଲା ତୁମର ସରି,
କାହିଁ ଝରିଗଲ ତୁମେ ଝରା ସେଫାଳିଟି ପରି।
ଏତେ ଅବିଚାର କାହିଁ ମୋ ପ୍ରତି ହେଲା ,
ଦୁନିଆର ସବୁ ସୁଖ ମୋ ପାଇଁ ସରିଗଲା।
ବଞ୍ଚିଛି ଆଜି ମୁଁ ତୁମ ସ୍ମୃତିକୁ ସାଥିରେ ନେଇ,
ପ୍ରତିମୂହୁର୍ତ୍ତରେ ଖୋଜେ ମନ ମୋର ତୁମ ପାଇଁ ।
ମନ ପୁରି ଉଠୁଥିଲା ତୁମର ପଦେ ମା ଡାକରେ,
ଆଜି ହଜିଗଲା ସେଇଡାକ କେଉଁ ଶୂନ୍ୟରେ।
କାହାକୁ କହିବି ପୁଣି ମନ କଥା ମୋର,
ବୁଝିବାକୁ କେହିନାହିଁ ମନ କଥା ମୋର।
ମନେ ମନେ କାନ୍ଦେ ଆଜି ଗୁମୁରି ଗୁମୁରି,
ନା କହିପାରେ ନା ସହିପାରେ ଦୁଃଖକୁ ମୋହରି।
ସୁଖ ଖୋଜିବାକୁ ଯାଇ ସାଉଁଟିଛି ଆଞ୍ଜୁଳାଏ ଦୁଃଖ,
ତୁମେ ଥିଲେ ଆଜି ମୋ ଦୁଃଖକୁ କରିଥାନ୍ତ ସୁଖ।
ଝିଅ ମୋର ଅଭାଗିନୀ ଅଟଇ ଯେ ଏତେ,
ପାଇ ପାରିଲାନି ପୁଣି ତୁମ ସ୍ନେହ ଯେତେ।
ଅପୂରଣ ଅଭିଳାଷ ଥିଲା ମୋର ଯାହା,
ଭାବିଥିଲି ତୁମେ ମୋର ପୁରାଇବ ତାହା।
ହାତଛାଡି ଚାଲିଗଲ ତୁମେ ଅଧାବାଟେ,
ଏକା ଏକା ଚାଲୁଛି ମୁଁ ଜୀବନର ବାଟେ।
ହାତ ଧରି ମୋର ଚାଲି ଶିଖାଇଲ ଝୁଣ୍ଟିବା ମୁଁ ଜାଣି ନାହିଁ,
ଏ ଜୀବନ ପଥେ ଝୁଣ୍ଟି ଝୁଣ୍ଟି ପୁଣି ବାଟ ଚାଲୁଅଛି ମୁହିଁ ।


Writer's Details: Baijayantimala Rout
Sasanpada, Niali, Kuttack.
Content Category:
Submission Date: May 25, 2019

Post a Comment

0 Comments