
ବଡଦାଣ୍ଡେ ଠିଆ ହୋଇଛୁ କାହିଁ
ଭାବବିନୋଦିଆ ଭାବରଠାକୁର
ବସିଛୁ କାହିଁକି ମଉନ ହୋଇ ।
କେତେ ଆଶାନେଇ ଆସିଥିଲି ଧାଇଁ
ଦୁଃଖ ଜଣାଇବା ପାଇଁ ଠାକୁର
ମୋ ବେଳକୁ କାହିଁକି ହୋଇଲ ନିଷ୍ଠୁର
ତୁମେ ତ ଜଗତ ବଡ଼ ଠାକୁର ।
ମାଗିବି ନାହିଁ ମୁଁ ଧନ ଦଉଲତ
ମାଗିବି ନାହିଁ ମୁଁ ସ୍ବର୍ଣ୍ଣ ଅଳଙ୍କାର
କାହିଁକି ପ୍ରଭୁ ହେ ଲୁଚିବସିଅଛ
ମାଗିବିନି କିଛି ଆସ ଏଥର।
ଜଗତ ଠାକୁର କେତେ ଯେ ଡରୁଆ
ମୋ ଡାକ ଶୁଣି ହେଉଛ ଛାନିଆଁ
ଯାଉଛି ଫେରି ନ ଆସିବି ଆଉ ମୁଁ
ଇଛା ଥିଲେ ଯିବୁ ମୋ ଚାଳିଆ ।
ଯାହା ଥିଲା (ମୋ) ପାଶେ ଶୂନ୍ଯ ତୋ ଦାଣ୍ଡରେ
ଯାଉଛି ମୁଁ ଚାଲି ଫେରିବି ନାହିଁ
ଧିକ ତୁହି ବଡ ଠାକୁର ପଣିଆ
ନିରାଶ କଲୁ ତୁ ମଉନ ହୋଇ।
ନରେନ୍ଦ୍ର ପ୍ରସାଦ ବେହେରା
0 Comments
You can write now your valuable comments here. Off-topic comments may be removed or deleted without prior notice.