
ନିଆରା ଆମର ଓଡ଼ିଆ ସଂସ୍କୃତି
ମାନବିକ ସମ୍ପର୍କରଭିନ୍ନ ତାହାର ପର୍ବ ପର୍ବାଣୀ
ଜଗନ୍ନାଥ ତା'ର ପ୍ରାଣ ।
ବାରମାସେ ତେର ପର୍ବ ଭିତରେ
କରେ ଆବେଗର ଉପଚାର
ବର୍ଷା ତାହାର ଦରଦୀ ବନ୍ଧୁ
ବୈଶାଖ ଆପଣାର,
ଶୀତ ଦେଉଥାଏ ଶୀତଳତା ଛୁଆଁ
ବସନ୍ତ ବୋଳେ ଅବିର ।
ଏ ଜାତି କୃଷକ ମେରୁଦଣ୍ଡ ତାର
କୃଷି ତାର ପୂଜା ଫୁଲ
ସୂରୁଜକୁ ସିଏ ନିଦରୁ ଉଠାଏ
ପାଇବାକୁ ତା'ର ମୂଲ,
ମାଟି ଦେହେ ଗଢା ମାଟିର ପିଣ୍ଡୁଳା
କିଏ ହେବ ତା'ର ସମତୁଲ ।
ବୈଶାଖ ତାତିରେ ଉଚ୍ଛୁଳା ଆନନ୍ଦେ
କର୍ଷଣ କରେ ଭୂଇଁ,
ଅକ୍ଷିତୃତୀୟାରେ ଅକ୍ଷି ମୁଠି ନେଇ
ମାଟି ପଣତରେ ଶ୍ୟାମଳ ଛବିଳ
ଚିତ୍ର ଆଙ୍କିବା ପାଇଁ ।
ଅକ୍ଷି ମୁଠି ନେଇ ଅନୁକୂଳ କରେ
ଜୀବନର ଗୀତା ଗାଇ ।।
ବିଶ୍ବାସ ରାଗରେ ପ୍ରେମ କଣିକାରେ
ଶ୍ରଦ୍ଧାର ରଙ୍ଗ ଭିଜେଇ
ଯୁଗ ଯୁଗ ଧରି ଅକ୍ଷୟ ତୃତୀୟା
ପାଳୁ ମୋ ଓଡିଆ ଭାଇ ।
କ୍ଷୟ ତା ନଘଟୁ ମୋ ମାଟି ମହକୁ
ଏ ଜାତିର ଗର୍ବ ମାଟି ମାଆ ପର୍ବ
ସବୁ ବର୍ଷ ଆସୁଥାଉ ।
କ୍ଷେତ ଖଳା ହସୁଥାଉ ।।
Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି କେନ୍ଦୁଝର ।
Content Category:
Submission Date: May 01, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.