
ଧିରେ ଧିରେ ଯାଏ ଆଗକୁ ଆଗେଇ ।
ଅବୁଝା ମନକୁ ବୁଝାଇ ପାରୁନି
କେବେସେ ବୁଝିବ ଜାଣି ପାରୁନି।
ନିଆଁରେ ପୋଡେନି ପବନେ ଉଡେନି
ଜଳରେ ନ ବୁଡି (ଜମା)ଆଗେଇ ପାରେନି।
ଯେତେ ବାଧାବିଘ୍ନ ଆସିଲେତା ଆଗେ
ଖାତିରି ନକରି ଯାଏ ସେ ବେଗେ।
ବସିବା ସ୍ଥାନରେ ନଥାଏ ସେ କେବେ
ଉଡୁଥାଏ ମନ ସାରା ବିଶ୍ବ ବ୍ରହ୍ମାଣ୍ଡେ।
ତୁ ସିନା ବସିଛୁ-ତୋ ବଡଦେଉଳରେ
ମୁଁ ବସି ଭାବୁଛି (ଏଠି) ତୋର ନାମକୁ ରେ।
ମୁଁ ସିନା ବସିଛି ମୋ ଘର ପିଣ୍ଡାରେ
ମନ ମୋର ଅଛି ତୋ ବଡଦାଣ୍ଡରେ ।
ଅତି ଅବୁଝା ଏ ମନଟି ମୋହର
କେମିତି ବୁଝିବ ତୁ କହ ଏଥର ।
ଦରଶନ ପାଇ ଦେଇ ଥଆନ୍ତି ବୁଝାଇ
ଆନନ୍ଦରେ ହୋଇ ଥାଆନ୍ତି ମୁଁ ବାଇ।
ଯେତେ ବୁଝାଇଲେ ବୁଝୁ ନାହିଁ ସେତ
କହୁଛି ମୋତେ (ତୁ) ରୋକି ପାରିବୁନି ସତ ।
ଭାରି ଅମାନିଆରେ କାଳିଆ ସୁନା
ଅବୁଝା ମନକୁ ଆଜି ବୁଝାଇ ପାରେନ।
ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦
0 Comments
You can write now your valuable comments here. Off-topic comments may be removed or deleted without prior notice.