
ହେ ମୋର ଉତ୍କଳ ମାତା!
ଶତ ବନ୍ଦନା କରୁଛି ମୁଁ ତୋତେ
ତୋ ଚରଣେ ନୁଆଁଇଁ ମଥା।
ଉତ୍କୃଷ୍ଟ କଳାରୁ ଉତ୍କଳ ତୁହି
ହେ ମୋର ଉତ୍କଳ ମାତା।୧।
ସତେରେଲୋ ମା' ତୋ ମଧୁର ଓଡିଆ ଭାଷାଟି
ଭାରି ବଢିଆ,ଭାରି ବଢିଆ,
ତୋ'ରି ପାଇଁ ମୁଁ ଗର୍ବରେ କହେ
ମୁଁ ଓଡିଆ,ମୁଁ ଓଡିଆ,ମୁଁ ଓଡିଆ।୨।
ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇ
ରଖିଲୁ ଜାତିର ମାନ ମହତ,
ସୁନ୍ଦର ସଂସ୍କତିରେ ମଣ୍ଡିତ ହୋଇ
ପାଳୁ ଆମେ ନାନା ପର୍ବ ପର୍ବାଣୀ ଓଷା ଓ ବ୍ରତ
ଉତ୍କଳ ଖାଦ୍ୟ ପରମ୍ପରାର ଅଟୁ ତୁହି ମାଲୋ
ଏକ ସ୍ବତନ୍ତ୍ର ଲକ୍ଷ୍ମୀ ଭଣ୍ଡାର,
ତୋ ଲକ୍ଷ୍ମୀ ଭଣ୍ଡାରରୁ ଭାସି ଆସେ ସଦା
ସେଇ ସୁଗନ୍ଧ ହବିଷ ଡାଲମାର।୪।
ତୋ ଖାଦ୍ୟ ଭିତରେ ଛେନାପୋଡ,କାକେରା,ମଣ୍ଡା
ଏଣ୍ଢୁରୀ,ଆରିଶା ପିଠାର ସୁଆଦ ଅଟେ ନିଆରା,
ତୋ ଛୁଞ୍ଚିପତ୍ର ପିଠାରେ ଭରି ରହିଛି
ସୃକ୍ଷ୍ମ କାରୁକାର୍ଯ୍ୟର କୌଶଳ ପରା।୫।
ଧର୍ମ କ୍ଷେତ୍ରରେ ସର୍ବ ଧର୍ମ ସମନ୍ବୟର
ପରିଚୟ ତୁ ଦେଇ ଥାଉ,
ଏହି ସର୍ବ ଧର୍ମର ମହିମା କ୍ଷେତ୍ରକୁ
ଜଗନ୍ନାଥ ଧାମ ବୋଲାଇ ଥାଉ।୬।
ଓଡିଶୀ,ଛାନ୍ଦ,ଚମ୍ପୂ ସଙ୍ଗୀତର ଲାଳିତ୍ୟରେ ଉତ୍କଳ--
ସଙ୍ଗୀତ ପରମ୍ପରାକୁ କରିଛୁ ଅନେକ ମଧୁର,
ଘୁମୁରା,ଘୁମୁରୀ,ଦଣ୍ଡ,ଛଉ,ଶବର,ଶବରୁଣୀ,ସମ୍ବଲପୁରୀ
ଆଦି ଲୋକ ନୃତ୍ୟରେ ରଖିଛୁ ଟେକ ଏ ଜାତିର।୭
ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦେଇ
ଓଡିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଲୁ,
ଓଡିଶୀ ନୃତ୍ୟର ଭାବଭଙ୍ଗିମା ଓ ଅଭିନୟରେ
ସବୁରୀ ମନ,ହୃଦୟକୁ ଜିଣି ନେଲୁ।୮।
ଦାସ କାଠିଆ ଓ ଟୀକା ଗୋବିନ୍ଦଚନ୍ଦ୍ରର ସଙ୍ଗୀତରେ
ଛୁଟାଇ ଅଛୁ ଅନେକ ଲୋକ ସଙ୍ଗୀତର ଧାରା,
ବାଦୀପାଲା ଓ ଠିଆ ପାଲାର ସଙ୍ଗୀତରେ
ଓଡିଆ ସାହିତ୍ୟକୁ କରିଛୁ ସମୃଦ୍ଧି ପରା।୯।
ଏଇ ଉତ୍କଳ ରାଜ୍ୟକୁ ଦେଲୋ ମା'
ବିଜୁ ବାବୁ ପରି ନେତା ଟିଏ,
ହିଂସା,ଦ୍ବେଶ,ଛନ୍ଦ,କପଟ ଭାବନା
ସଭିଙ୍କ ମନରୁ ଦୂରେଇ ଦେ।୮।
ଶତ ଭୂମି ପୂତ୍ରର ଜନ୍ମ ଦେଇ ଓଡିଶା ରାଜ୍ୟକୁ
ସୁନ୍ଦର ରୂପରେ ଗଢି ଦେବୁ,
ଏହି ଭୂମି ପୁତ୍ର ଆଖ୍ୟା ଦେବା ପାଇଁ ସବୁରୀ ମନେ
ଜାତିପ୍ରୀତି ଓ ଭଷାପ୍ରୀତିର ଭାବ ଭରି ଦେବୁ।୯।
ହେ ମୋର ବନ୍ଦନୀୟା,ପୂଜନୀୟା ଉତ୍କଳ ମାତା!
କୋଟି ପ୍ରଣାମ ତୋତେ ମୁଁ କରୁଛି,
ଓଡିଆ ଭାଷା,ଜାତି ଓ ରାଜ୍ୟ ଅକ୍ଷୁଣ୍ଣ ରହୁ
ଏତିକି ଆଶା ମୁଁ ରଖୁଛି।୧୦।
ଆଉ ନ ହେଉ ତୋ ଶରୀରର---
ପ୍ରତିଟି ଅଙ୍ଗର ଖଣ୍ଡ ଖଣ୍ଡ,
ପ୍ରତିଜ୍ଞ୍ୟା କରୁଛି ତୋ ପାଖେ ଆଜି
ରଖିବି ତୋର ମାନଚିତ୍ରକୁ ସଦା ଅଖଣ୍ଡ।୧୧।
ରଖିବି ତୋର ମାନଚିତ୍ରକୁ ସଦା ଅଖଣ୍ଡ,
ରଖିବି ତୋର ମାନଚିତ୍ରକୁ ସଦା ଅଖଣ୍ଡ।।
ମାନସୀ ବେହୁରା
ମାନସୀ ବେହୁରା
0 Comments
You can write now your valuable comments here. Off-topic comments may be removed or deleted without prior notice.