
ତୁମେ ମୋ କବିତା କଳପନା ଝର
କଲମରୁ ଝର ନିତି,ମୁଁ ତୁମର ସେଇ ଅବୁଝା ମନର
ଗୋପନ ଚୋରା ପୀରତି,
ଅଭିସାରେ ନିତି ଲିଭିଗଲେ ବତୀ
ଗୋପନ ଚାରଣେ ଆସି
ସମାହିତ ହୁଅ ସପନ ପଲକେ
ନୂପୁର ନିକ୍ଵଣେ ହସି,
ପହିଗଲେ ରାତି ମୁଁ ପରଜା ପତି
ତୁମେ ହୋଇଯାଅ ଫୁଲ
ମୁଁ ଚୁମୁଥାଏ ତୁମେ ଝୁମୁଥାଅ
ପ୍ରେମେ ହୋଇ ମସଗୁଲ,
ତୁମେ କବି କଳପନା ଅବନା ଭାବନା
ପ୍ରୀତି ଜୁଡୁବୁଡୁ ସ୍ମୃତି
ଯେତେବି ଭାବିଲେ ନୂଆ ନୂଆ ଲାଗ
ନାହିଁ ଯା'ର କେବେ ଇତି ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.