
ପୋଡୁ ତରୁ ଲତା ବନ
ଯେସନେ ନିଠୁର ପ୍ରୀତି ପାଶୋରା
ସେ ପ୍ରିୟାର ପ୍ରୀତି ଦର୍ପଣ . 1.
ନିଦାଘ ଦାରୁଣ କଷଣେ ଜୀବନେ
ହା ହା କାର ଦଉ ଭରି
ଯେସନେ ତା ସାଇତା ସ୍ମୃତିର ବିଜୁଳି
ବାର ବାର ଥାଏ ମାରି . 2.
ନିଦାଘ ଦାରୁଣ ଶୁଷ୍କ କରିଣ
ନଦ ନଦୀ ପୁଷ୍କରିଣୀ
ଯେସନେ ଉଛୁଳା ମୋ ଯୌବନ
ପ୍ରୀତି ତପ୍ତ ଟାଙ୍ଗରା ଭୂଇଁ . 3.
ନିଦାଘ ଦାରୁଣ କଠୋର କିରଣ
ରବିରାଜଙ୍କର କ୍ରୋଧ
ଯେସନେ ତୋ ତୀକ୍ଷ୍ଣ ଚାହାଣୀ ଦେଖିଣ
ହୁଏ ଭ୍ରମ ଅବବୋଧ . 4.
ନିଦାଘ ଦାରୁଣ ହେଲେ ତୋ ହୃଦ କୁ
ନୀରଦ ପାରିଛି ଚିନହୀ
ଯେସନେ ପ୍ରିୟାର ଗୁମର ମନକୁ
ମୁଁ ଏକା ପାରିଛି ଜାଣି . 5.
ନିଦାଘ ଦାରୁଣ ନୀରସ ଧରାର
ରସ ଭରୁ ଜଳଦରେ
ଯେସନେ ପ୍ରେମ ମୋ ସଂଜୀବନୀ ସମ
ତୋ ଲାଗି ସେ ପ୍ରାଣଦରେ . 6.
ନିଦାଘ ଦାରୁଣ ତୋ ଲାଗି ବରଷା
ଏ କାରେ ଅଛପା କହ
ଯେସନେ ଲୁହ ମୋ ଭରା ଶିରାବଣ
ତୁ କି ତା ନିଦାଘ ନୁହଁ . 7.
ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ କଟକ
ଦୂରଭାଷ 907857962
ପ୍ରତିଯୋଗୀତା ନିମନ୍ତେ କବିତା
0 Comments
You can write now your valuable comments here. Off-topic comments may be removed or deleted without prior notice.