
ଝୁରି ଝୁରି ଆନମନା
ତମେତ ନେଇଛ ଫଗୁଣ କୁ ଡାକି
ବସନ୍ତ ଯେ ବାସହିନା l
ସପନ ମୋ ସିନା ସଫା ସଫା ଲାଗେ
ଆଖି ତଳ ଓଦା ଓଦା
ସବୁ ସକାଳ ତୋ ଭାବନା ରେ ବିତେ
ଲୁହ ଲେଖେ ସ୍ମୃତି ସନ୍ଧ୍ୟା l
ଭିଜୁଛି ହଜୁଛି ଜଳୁଛି ଡାକୁଛି
ଏଇ ମୋ ଟିକି ହୃଦୟ
ଅଧୀର ଆବେଗ ଅଧୁରା ପ୍ରଣୟ
ଝୁରି ମରେ ସେ ସମୟ l
କାଠ କି ପଥର ଶିଳା କି ପ୍ରତିମା
ନୁହେଁ ମୁଁ ଗୋଟେ ମଣିଷ
ବିଚ୍ଛେଦ ତମର କେମିତି ସହିବି
ଆହତ ମୋ ଅଭିଳାଷ l
ମହମବତୀର ମୋହର ଲଗାଇ
ଜଳୁଛି ଖୁସିରେ ସିନା
ନିଜର ଲୁହରେ ନିଜକୁ ଆଦରି
ଶିଖେ ଜୀଇଁବା ବାହାନା l
ତମ ମିଠା ମିଠା ସ୍ମୃତି ନେଇ ଯେବେ
ଗାଏ ମୁଁ ଜୀବନ ଗୀତ
ବେସୁରା ବଂଶୀ ର ସପ୍ତରାଗ ସୁରେ
ସଙ୍ଗୀତ ମୋ ପ୍ରତ୍ୟାଖିତ l
ସୌମ୍ୟ ରଞ୍ଜନ ଦାଶ
ଶିକ୍ଷକ, ବଲାଙ୍ଗୀର
0 Comments
You can write now your valuable comments here. Off-topic comments may be removed or deleted without prior notice.