ପ୍ରେମର ସାଗର ଶୁଖିଯାଏ ଏଠି
ଟୋପାଏ ସିନ୍ଦୂର ପାଇଁପୁନେଇଁ ଚାନ୍ଦବି ହଜେ ଅନ୍ଧାରରେ
ଆଉକାହା ଦେହ ଛୁଇଁ ।
ପ୍ରଥା ପରମ୍ପରା ଅଜବ କାଇଦା
ଏଇ ମନ ଭାଙ୍ଗିଯାଏ
ଅହରହ ଜଳେ ପାଗଳ ପଣରେ
ଶେଷ ଯାଏ ଭଲପାଏ ।
ଧନ ପ୍ରାଚୁର୍ଯ୍ୟରେ ସବୁକିଛି ଥାଏ
ମନ ପାଖେ କିଛି ନାହିଁ
ପ୍ରେମର ସାଗର ଶୁଖିଯାଏ ଏଠି
ଟୋପାଏ ସିନ୍ଦୂର ପାଇଁ ।
ସେଯେଉଁ ଦୂରତା ମାପିତ ହୁଏନି
କହିବାକୁ ଲାଗେ କଷ୍ଟ
ଏ ଦେହ ଜୀବନ ମନ ଯଉବନ
ସବୁ ହେଇଯାଏ ନଷ୍ଟ ।
ଫେରିବନି ସିଏ ଜାଣିଲା ପରେବି
ବସେତାର ବାଟଚାହିଁ
ପ୍ରେମର ସାଗର ଶୁଖିଯାଏ ଏଠି
ଟୋପାଏ ସିଂଦୂର ପାଈଁ ।
Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Apr 23, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.