
ମେଘକୁ କହିଛି ଭିଜେଇବା ପାଇଁ
ତୁମରି ସାରା ଶରୀରଭିଜା ଦେହେ ପ୍ରିୟା ଦିଶିବ ବଢିଆ
ପରୀ ଠାରୁ ବି ସୁନ୍ଦର ।
ଚାନ୍ଦକୁ କହିଛି ସାଜିବ ସେ ନିଶ୍ଚେ
ତୁମ ମଥାର ଟିକିଲି
ବସନ୍ତ ଆସିଣ ଓଠେ ଦେବ ହସ
ହସୁଥିବ ଖିଲିଖିଲି ।
ଗଭାରେ ଗଜରା ସାଜିବେ ତୁମର
ଆକାଶର ତାରାଗଣ
ପ୍ରତି ମୁହୂର୍ତ୍ତରେ କୋଇଲି ରାବିବ
ଛୁଇଁବାକୁ ତୁମ ମନ ।
ପାଦରେ ପାଉଁଜି ହୋଇବେ ଲୋ ପ୍ରିୟା
ପ୍ରକୃତିର ବୃକ୍ଷ ଲତା
ମୋରି ମନର ରାଣୀ ଅଟୁ ତୁ ଲୋ
ତୁମୋ ଭାଗ୍ୟ ବିଧାତା ।
Writer's Details: ପ୍ରକାଶ ବେହେରା ( ନନ୍ଦି )
ବିଲେଇଖଳି,କଂସରା, ହିନ୍ଦୋଳ, ଢେ଼ଙ୍କାନାଳ
ଫୋନ :- ୭୭୮୦୬୬୦୦୨୯, ୮୦୧୮୩୯୦୦୩୫
Content Category:
Submission Date: Apr 15, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.