
• ପର୍ଣ୍ଣ କୁଟୀର ଅଦୂର ଦେଶରେ ଖେଳେହର୍ଷେ ଏକାକିନୀ
• ଏ କେଉଁ ସୁବର୍ଣ୍ଣ ଏଣୀ… ।।
•
• ତା ଔଜଲ୍ୟ ମୟ ଜ୍ୟୋତି ରେ ପ୍ରଭୁ ହେ
• ଝଲସି ଉଠଇ ଧରଣୀ
• ବିଚିତ୍ର ଚିତ୍ରେ ଚି- ତ୍ରିତ ମନଲୋଭା
• ଅପରୂପ ତାର ଠାଣି , । ହେ ରଘୁମଣି
• ବନବାସ ପ୍ରାସ ପାସୋରି ଦିଅନ୍ତି
• ତାକୁ ଯେବେ ଦ୍ୟନ୍ତ ଆଣି
• ବନବାସ ଶେଷେ ରାଜପ୍ରାସାଦ ର
• ହୁଅନ୍ତା ସୈାନ୍ଦର୍ଯ୍ୟ ଖଣି , । ହେ ରଘୁମଣୀ ।।
•
• ରୂପ ଶିରୀ ତାର କେଡେ ମନୋହର
• ମଣ୍ଡିଛି ଦେଖ ବନାନୀ
• ଆଖିର ପଲକେ ତଡିତ ସମାନ
• ନାଚିନାଚି ଯାଏ ହରିଣୀ , । ହେ ରଘୁମଣୀ
• ସ୍ଫଟିକ ସମାନ ଶୃଙ୍ଗ ସୁ-ଶୋଭନ
• ଚଳଚଞ୍ଚଳ ତା ଚାହାଣି
• ଆମୋଦିତ କରେ ବାଉଳା ମନ ମୋ
• ଦିଅ ଦିଅ ମୋତେ ଆଣି , । ହେ ରଘୁମଣି ।।
•
• ଶରଧା ବଳିଛି ଅପୂର୍ବ କୁରଙ୍ଗୀ
• ମାୟା ଆଚ୍ଛାଦିତ ହେଲାଣି
• ବିପଦ ବେଳରେ ବିପରିତ ବୁଦ୍ଧି
• ଆସି କରାୟତ କଲାଣି , । ହେ ରଘୁମଣି
• ସୀତାଙ୍କ ମିନତୀ ଶୁଣି ରଘୁପତି
• ଲାଗିଲା ଜନକ ଦୁଲଣୀ
• ଭାଇରେ ଲକ୍ଷ୍ମଣ ଅବିଳମ୍ବେ ଧରି
• ଆଣି ଆସୁଅଛି ଏଣୀ , । ସେ ରଘୁମଣି ।।
•
• ସୈାମିତ୍ରି ବଦନ୍ତି ଅଭିଲା ଏମିତି
• କେବେ କେହି ଦେଖିନାହିଁ
• କେମିତି ଏମାୟା ବିଧାତା ରଚନା
• ଦାନବ ଏ ସୁନା ହରିଣୀ , । ହେ ରଘୁମଣି
• ନକର ହେ ଲୋଭ ମୋହ କର ତ୍ୟାଗ
• ବୁଝାଇ ବିଦେହ ନନ୍ଦିନୀ
• ନିବୃତ୍ତ କରନ୍ତୁ କୋଦଣ୍ଡ ଧରହେ
• ଘେନ ସାନୁଜର ଦଇନି , । ହେ ରଘୁମଣି ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.