
ତ୍ରେତୟା ତନ୍ମୟା କୌଶଲ୍ୟା ବିସ୍ମୟା
ମାତୃ ରୂପେ ମହନୀୟା , ପ୍ରଭୁ ଶ୍ରୀରାମଙ୍କ ଜନ୍ମଦାତ୍ରୀ ମାତ
ଯୁଗଶ୍ରେଷ୍ଠା ବନ୍ଦନୀୟା ! !
ଚୈତ୍ର ଶୁକ୍ଳପକ୍ଷେ ନବମୀ ତିଥିରେ
ଜନମିଲେ ରଘୁଵୀର ,
ରାମ ନାମ ଶବ୍ଦ ହେଲା ଉଦ୍ଭାସିତ
ସୁନାମ ଏ'ଭାରତର ୲ ୲
ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ର ଶ୍ରେଷ୍ଠ
ପ୍ରଜାବତ୍ସଳ ନରେଶ ,
ସର୍ବ ସମର୍ପଣେ ଥିଲେ ସେ'ଉତ୍କର୍ଷେ
ନଥିଲାତ' ଅବଶୋଷ ! !
ଭାତୃସ୍ନେହଁ ପ୍ରେମୀ ଚେତନା ସରାଗି
ଆଦର୍ଶରେ ଆଦର୍ଶିତ ,
ପିତୃସତ୍ୟ ପାଳି ହେଲେ ବନବାସୀ
ରଘୁବଂଶ ଧର୍ମସୁତ ! !
ଲୋଭମାୟା ହିଂସା ନଥିଲାତ' ଜମା
ଉଦାର ହୃଦୟ ଚିତ୍ତ ,
ପ୍ରଜା ବାତ୍ସଲ୍ୟତା ଭରି ରହିଥିଲା
ଧର୍ମ ଥିଲା ବଡ଼ ବିତ୍ତ ! !
ଭାରତୀୟ ଶାସ୍ତ୍ରେ ରାମାୟଣ ମନ୍ତ୍ରେ
ରାମ ନାମ ଅଭିଷିକ୍ତ ,
ମାନବ ରୂପରେ ପ୍ରଭୁ ଅବତାରେ
ତ୍ରେତୟାରେ ଉପଯୁକ୍ତ ! !
ପୁରପଲ୍ଲୀ ଆଜି ଉତ୍ସବ ମୁଖର
ପାଳୁଛି ରାମ ନବମୀ ,
ଭକ୍ତି ଅର୍ଘ୍ୟ ଶୌର୍ଯ୍ୟ ରାମନାମ ସତ୍ୟ
ନମଃନମଃ ଅନ୍ତର୍ଯ୍ଯାମୀ ! !
ହେ'ପ୍ରାଣବନ୍ତ ଦଶରଥ ସୁତ
ସୂର୍ଯ୍ୟବଂଶି ମହାରାଜା
ଧରାବତରଣ କରହେ' ରମଣ
ସରାଗେ ଖୋଜୁଛି ପ୍ରଜା ! !
ଭକ୍ତି ନୈବେଦ୍ୟର ଅପୂର୍ବ ସଂଯୋଗ
ଭାରତୀୟ ଭାଵ ଧାରା ,
ପ୍ରଭୁ ଶ୍ରୀରାମଙ୍କ ଶୁଭ ଜନ୍ମଦିନ
ମହକୁଛି ଧରା ସାରା ! !
ମର୍ଯ୍ୟଦା ପୁରୁଷ ଦିଅହେ' ଆଶିଷ
ବ୍ୟଭିଚାର ହେଉ ଲୁପ୍ତ ,
ଅନ୍ୟାୟ ଅନୀତି ଯାଉ ଅପସରି
ସୁଖଭୋଗ ହେଉ ପ୍ରାପ୍ତ ! !
ପୁଣି ଆଉଥରେ ଆସହେ' ମରତେ
ରାମ ରାଜ୍ଯ ଫେରିଆସୁ ,
ରାମ ନାମ ଗାଇ ଯିବୁ ସର୍ବେ ତରୀ
ଝରିବନି ଆଉ ଅଶ୍ରୁ ! !
Writer's Details: ସଦାନନ୍ଦ ସାହୁ, ଧୁରୁଷିଆ, ଆଠଗଡ, କଟକ
Content Category:
Submission Date: Apr 13, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.