
ଦେହ ଅଛି ସିନା ଲାଗୁଛି ସେ ଦେହେ
ପରାଣ ଟା ଆଜି ନାହିଁ ୲ ୲
ଭୁଲିବାକୁ ଚାହିଁ ଭୁଲି ମୁଁ ପାରୁନି
ସ୍ମୃତି ମନେ ପଡ଼େ ବେଶୀ
ସ୍ମୃତିର ତାଡନା ସହିବାଟା କଷ୍ଟ
ତନୁ ମନ ହୁଏ ପେଶି ୲ ୲
ଥାଅ ଯେତେ ଦୂରେ ହୃଦୟ କୋଣରେ
ସୁରକ୍ଷିତ ଥିବ ସଦା
ତୁମକୁ ଭୁଲିବା ଏ ଜନମେ ଆଉ
ସମ୍ଭବ ନୁହଁଇ କଦା ୲ ୲
ପ୍ରେମକୁ ତୁମର ପାଥେୟ କରି ମୁଁ
ପ୍ରତୀକ୍ଷାରେ ଥିବି ରହି
ଆର ଜନମକୁ ତୁମକୁ ଲଭିବି
ଏତିକି ସାନ୍ତ୍ଵନା ନେଇ ୲ ୲
ତୁମକୁ ବୁଝିବା ଭୁଲ ହେଲା ଯେଣୁ
କଷ୍ଟ ତ ଭୋଗିବା ସାର
ଏତେ ଦିବା ସ୍ଵପ୍ନ ଆଖିରେ ଭରିକି
କେମିତି କରିଲ ପର ୲ ୲
ପର କଲ ଯଦି ମନରୁ ତୁମର
ହୃଦରୁ କାଢ଼ିକି ଫିଙ୍ଗ
ମୋ ଭଙ୍ଗା ନାବକୁ ଏକା ସମ୍ଭାଳିବି
ଧରି ହୃଦେ ପ୍ରୀତି ମଙ୍ଗ ୲ ୲
Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର, କୋରାପୁଟ
Content Category:
Submission Date: Apr 25, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.