
• ସୀତାମାତା ଏକା ପର୍ଣ୍ଣ କୁଟୀରରେ ଦନୁଜ ଙ୍କ ମାୟା ପୁର
• ଭାବି ଲଇକ୍ଷଣ ଗମନ୍ତେ ତକ୍ଷଣ ଉପଗତ ଯୋଗୀ ବର
• ପର୍ଣ୍ଣ କୁଟୀରର ଆଗେ
• ଭିକ୍ଷାଂଦେହି ଭିକ୍ଷାଂଦେହି ଉଚ୍ଚସ୍ଵରେ ଡାକି ଆସି ଭିକ୍ଷା ମାଗେ ।।
•
• ସିଦ୍ଧ ଯୋଗୀ ଭିକ୍ଷା ଆଶେ କୁଟିଦ୍ଵାରେ ଦିଅ ଦେବୀ ଭିକ୍ଷାଦିଅ
• ଅଭିଳାଷ ଆଜି ପୁରଣ ହୋଇବ କାଟିଛି ସଂସାର ମୋହ
• ଦଣ୍ଡେ , ରହିଯାଅ ଯୋଗୀ
• ରାମ,ଲଇକ୍ଷଣ ଆସିବେ ଏକ୍ଷଣି ମନଭରା ଭିକ୍ଷା ଦେବି ।।
•
• ଦଣ୍ଡକରେ ପ୍ରାଣ ଚାଲିଗଲେ ଆଉ ଭିକ୍ଷାରେ କିଅବା ଲୋଡା
• ଫେରିଯାଉଅଛି ନଦେବ ଯେବେ ଗୋ କିମ୍ପାଇଁ ହୋଇବି ଛିଡା
• ଶୁଣି ମୈଥିଳୀ ସୁନ୍ଦରୀ
• କୁଟୀର ଭିତରୁ ପତର ପାତ୍ରରେ ଆଣେ ଫଳମୂଳ ଭରି ।।
• କୁଟୀର ଦ୍ଵାରରୁ ଡାକେ ରାମାମଣୀ ନିଅ ନିଅ ଯୋଗୀ ଭିକ
• ଲକ୍ଷ୍ମଣ ଗାର ମୋ ସୀମା ପରିସର ତହୁଁ ନଯିବି ଅଧିକ
• ବିକଳେ ଯୋଗୀ ଡାକି
• ଜୀବ ରକ୍ଷାକର ଆରେ ରାମାବର ଆସ ସେ ଗାରକୁ ଡେଇଁ ।।
•
• ନସହି ବିକଳ ଲକ୍ଷ୍ମଣ ର ଗାର ପାସୋରି ଦେଲେକ ସତୀ
• ତହୁଁ ବାମ କର ଧଇଲା ପାମର ଘୋଟିଆସିଲା ବିପତ୍ତି
• ଛାଡ଼ିଦେଇ ଯତୀ ବେଶ
• ନିଜରୂପ ଧରି ସମ୍ମୁଖେ ସୀତାଙ୍କ ଉଭାହେଲା ଲଙ୍କଈଶ ।।
•
• ପୁଷ୍ପକ ବିମାନେ ବଳେଧରି ନେଇ ବସାଇଲା ଦଶାନନ
• ଜାନକୀ ବୋଲନ୍ତି ଆରେ ସୁନାଶୀର କିମ୍ପାଇଁ କରୁ ଏ କର୍ମ
• ପର ନାରୀ ର ହରଣ
• ବଂଶନାସ ଯାଏ ଯାଣିନୁ କି କହି ଉଚ୍ଚେ କରନ୍ତି ରୋଦନ ।।
0 Comments
You can write now your valuable comments here. Off-topic comments may be removed or deleted without prior notice.