
ହେ ଶିବ ଶଙ୍କର ହେ ବାଲୁଙ୍କେଶ୍ବର
ବସିଅଛ ହାଟବରଡି ଗ୍ରାମର ବାଲି ଉପରେ ନମଃ ତୁମେ ଭୋଳାଶଙ୍କର
ଦାଣ୍ଡେ ବିଜେକର ବାର ଭକତ ଧରି
ଉନବିଂଶ ଦିନ ନାଚ ହୁଏ ତୁମର
ଦଣ୍ଡଯାତ୍ରା ସତ୍ୟ ହିଁ ତୁମର
ମାଘ ମାସରେ ରୁଦ୍ର ଯଜ୍ଞ ତୁମର
ଦୋକାନ ବଜାର ଗଳି ହାଟବରଡିରେ ସାତ ଦିନ ବହୁ ସୁନ୍ଦର
ହେ ବାଲୁଙ୍କେଶ୍ବର ହାଟବରଡି ଗ୍ରାମକୁ କେଡେ କେଡେ ବିପଦରୁ ରକ୍ଷା କର
ଗୁହାରି ପଡିଲେ ଭକ୍ତ ତୁମର
ଏକୋଇଶି ଦିନେ ଦିଅ ଅମ୍ବୃତ ବର
ଭକତ ଇଛା ତୁମେ ପୂରଣ କର
ମାତା ପାର୍ବତୀଙ୍କୁ ଧରି ବସିଛ ଦେଉଳ ପର
ମା ବି ପାର୍ବତୀ ସହି ନ ପାରନ୍ତି ଦୁଃଖ କାହାର
ବଳରାମ କହେ କି ଲେଖିବି ମୁଁ ମୃଢ ଲେଖା ଜାଣିନାହିଁ
ମୋ କଣ୍ଠରେ ବିଜେ କର
ପଦ ପଦ ଦିଅ କହି ହେ ବାଲୁଙ୍କେଶ୍ବର
ମୋ କଣ୍ଠରେ ଆଗକୁ ବାଟ ଦିଅ ବତାଇ
ବଳରାମ ଲେଖିବ ଗୁଣ ମହିମା ତୁମର
ଯାହା ଲେଖିଲେ ଲେଖା ସରେ ନାହିଁ
ଲେଖା ଲେଖିବାକୁ କଲମ କାଗଜ ମୋ ପାଶେ ନାହିଁ
ଏଡେ ଆଭାଗା ମୁଁ ଦୁଃଖ ସରିବ ନାହିଁ
ମୋ ପାଇଁ ତୁମେ କି ଗଲ ନିଷ୍ଠୁର ହୋଇ,
ମୋ ଦୁଃଖ କିବା ନାଥ ଶୁଣିବେ ନାହିଁ ।
Writer's Details: ବଳରାମ ତରାଇ, ଖୋର୍ଦ୍ଧା
9937014646 Content Category:
Submission Date: Apr 24, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.